ହାତୀଦାନ୍ତ ଜବତ;୩ ଗିରଫ
Elephants seized; 3 arrested
ଭଞ୍ଜନଗର----ହାତୀ ଶିକାର କରି ଦାନ୍ତ କାଟି ନେଇଥିଲେ । ଘଟଣା ପ୍ରଘଟ ହେବା ପରେ , ଘର ପଛପାଖ ଜମିରେ ମାଟି ଖୋଳି ପୋତି ଦେଇଥିଲେ ହାତିଦାନ୍ତ । ଶେଷରେ ଏଥିରେ ସଂପୃକ୍ତ ବାପ - ପୁଅ ଓ ପୁତୁରାକୁ ଗିରଫ କରିଛି ବନବିଭାଗ । ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ କୁ ମଧ୍ୟ ଜବତ କରିଛି ବନବିଭାଗ । ଯାହାର ଓଜନ ୪ କିଲୋ ୭୦୦ ଗ୍ରାମ୍ । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ , ଗତ ୫ ତାରିଖରେ ହାତୀକୁ ଶିକାର କରିଥିଲେ । ଏବଂ ଦାନ୍ତ କୁ କାଟି ନେଇଥିଲେ । ଘଟଣା ଜଣାପଡ଼ିବା ପରେ କଟା ଦାନ୍ତକୁ ଲୁଚାଇ ରଖିଥିଲେ । ପରବର୍ତ୍ତୀ ସମୟରେ ହାତୀର ବ୍ୟବଛେଦ ହେବା ପରେ ଜାଣିବାକୁ ମିଳିଥିଲା , ଗୁଳି କରି ହାତୀକୁ ମରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବେଲାଟୁନୁ ଗ୍ରାମର ଯୁବରାଜ ଦିଗାଲ , ତାଙ୍କ ପୁଅ ଦୀପକ ଦିଗାଲ ଏବଂ ପୁତୁରା ରୁନା ଦିଗାଲ କୁ ଗିରଫ କରାଯାଇଥିବା ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା କହିଛନ୍ତି।ଏହି ଚଢାଉରେ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସାମିଲ୍ ରହି ଏହି ଘଟଣାକୁ ପଦ୍ଧାଫାର୍ସ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ଘଟଣାର ସବିଶେଷ ତଥ୍ୟ ସଂକ୍ରାନ୍ତରେ ଏବେବି ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା କୁହାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨----୮,୪୫ Sakhigopal News,14/7/2022