Breaking News

ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଆହ୍ୱାନ

Challenges for conservation of natural habitats.

ଡେଲାଙ୍ଗ :ବ୍ୟାଘ୍ରଙ୍କ ଵଂଶବୃଦ୍ଧି ପାଇଁ ପ୍ରତିବର୍ଷ ଜୁଲାଇ ଅଣତିରିଶ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ବ୍ୟାଘ୍ର ଙ୍କ ସଂଖ୍ୟା କମିବା ପରେ ଦୁଇହଜାର ଦଶ ମସିହା ରେ ପ୍ରଥମେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା । ଗଛକାଟି ଜଙ୍ଗଲ ପଦାହେବା, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ଅବାଧ ଶିକାର କାରଣରୁ ବାଘଙ୍କ ଆଶାତୀତ ଭାବେ ବଂଶ କମୁଛି । ଉଣେଇଶ ତେସ୍ତରି ମସିହା ରେ ଭାରତରେ ପ୍ରଥମଥର  ବ୍ୟାଘ୍ର ଙ୍କ ସଂଖ୍ୟା ବୃଦ୍ଧିପାଇଁ ସରକାର ପଦକ୍ଷେପ ନେଇଥିଲେ । ବାଘ ଶିକାର ରୋକିବା, ପ୍ରାକୃତିକ ଜଙ୍ଗଲ ର ସୁରକ୍ଷା ତଥା ସେମାନଙ୍କର ପ୍ରାକୃତିକ ବାସସ୍ଥାନ ର ଉନ୍ନତି ଓ ସୁରକ୍ଷା ଉପରେ ବିଶ୍ୱର ସମସ୍ତ ରାଷ୍ଟ୍ର କଡାକଡି ନିୟମ ପାଳନ କରିଛନ୍ତି । ଏମାନଙ୍କ ଵଂଶବୃଦ୍ଧି ରେ ସହାୟକ ଦିଗରେ କାର୍ଯ୍ୟକରିବା ପାଇଁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ର ଅଧ୍ୟକ୍ଷ ପରିବେଶବିତ ଆଇନଜୀବୀ ହୃଷୀକେଶ ପାଢ଼ୀ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ପ୍ରଧାନ, ପ୍ରଶାନ୍ତ ପ୍ରତିହାରୀ, ଶରତ ମହାରଣା, ରଘୁନାଥ ପ୍ରଧାନ, ଆଇନଜୀବୀ କେଦାରନାଥ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୯/୭/୨୦୨୨---୯,୪୦ Sakhigopal News,29/7/2022

Blog Archive

Popular Posts