ୟୁନିସେଫ ଟିମ ସତ୍ୟବାଦୀର ଅନ୍ତରପନ୍ଥ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ
The UNICEF team visited Antarapanth Anganwadi center in Satwasth.
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ମହିଳା ଶିଶୁ ବିକାଶ ବିଭାଗ ଅଧିନରେ ଚାଲିଥିବା ଅନ୍ତରପନ୍ଥ ଅଙ୍ଗନୱାଡି କେନ୍ଦ୍ର ୟୁନିସେଫର ନିଉଟ୍ରିସନ ପେସାଲିଷ୍ଟ ସିଲଭୀ ଚାମସି ଙ୍କ ସହିତ ମିସ ଅପୁର୍ବ ଶ୍ରୀ ବାସ୍ଥବ, ଡ. ସଞ୍ଜୟ ସାହୁ, ସୁଦୀପ ଦାଶ ପରିଦର୍ଶନ କରିଥିଲେ । ସେଠାରେ କେନ୍ଦ୍ରର ପରିସର ଓ ସାଜସଜ୍ଜା, ପିଲାଙ୍କ ପାଇଁ ରନ୍ଦାଖାଦ୍ୟ, ମାତୃ ଓ କିଶୋରି ବାଳିକା ମାନଙ୍କ ପାଇଁ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଓ ପୋଷଣ ଖାଦ୍ୟ ପଦର୍ଶନୀ ବୁଲିକି ଦେଖିବା ସହ ଉକ୍ତ ଗ୍ରାମ ବାସୀ ଓ ପିଲାଙ୍କ ସହିତ ଆଲେଚନା କରି ଭୁରି ଭୁରି ପ୍ରାସଂଶା କରିଥିଲେ । ଏପରିକି ଆଇ,ଏଫ,ଏ ବଟିକା ଛାତ୍ରୀ ମାନେ ସେବନ ଠିକ ସମୟରେ କରୁଥିବା ସମ୍ପର୍କରେ ୟୁନିସେଫ ଅଧିକାରୀମାନେ ବୀରଗୋବିନ୍ଦପୁର ୟୁ,ଜି,ଏଚେ,ଏସ ବିଦ୍ୟାଳୟର ପିଲାମାନଙ୍କୁ ପଚାରିବା ସହ ବ୍ଲକ ଶିକ୍ଷା ଅଧିକାରୀ ଭଵମ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ୟୁନିସେଫ ଅଧିକାରୀ ମାନେ ବିଶେଷ କରି ସତ୍ୟବାଦୀ ସିଡିପିଓ ରାଜଲକ୍ଷ୍ମୀ ଦାଶ, ସୁପରଭାଇଜର ମିତା ନାଗଙ୍କ ସହିତ ଅନ୍ୟ ମାନଙ୍କ ଉପରେ ବହୁତ ଖୁସି ହେବା ସହ ଧନ୍ୟବାଦ ଦେଇଥିଲେ । ସେହିପରି ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ପରିଚାଳକ, ମାତୃ କମିଟି, ଖାଦ୍ୟ ଯାଞ୍ଚ କମିଟି ସହିତ ସେଠାରେ ଥିବା ମା ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ପରେ ଉକ୍ତ ଟିମ ସାକ୍ଷୀଗୋପାଳ ମେଡିକାଲରେ କରାଯାଇଥିବା ଅପପୁଷ୍ଟି ଓ କମଓଜର ଶିଶୁ ମାନଙ୍କ ଯନ୍ତ୍ର ନିଆଯାଉଥିବା ସେଣ୍ଟର ବୁଲିକି ଦେଖିଥଲେ । ମେଡିକାଲ ପକ୍ଷରୁ ସେଠାରେ କରାଯାଇଥିବା ଶିଶୁ ମାନଙ୍କର ଯନ୍ତ୍ର ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଥିବା ଡାକ୍ତର ଓନର୍ସ ମାନଙ୍କ ସହିତ ୟୁନିସେଫ ଟିମ ଆଲେଚନା କରି ବହୁତ ଖୁସି ହୋଇଥିଲେ । ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ କାର୍ଯ୍ୟକଳାପକୁ ଉକ୍ତ ଟିମ ପ୍ରାଶଂସା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୭/୨୦୨୨--୫,୩୫
Sakhigopal News , 21/7/2022