ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ଲୋକେ ହନ୍ତସନ୍ତ
ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ କୁଳୁଣ୍ଡା ପଞ୍ଚାୟତ ଆଜି ୧୨.୪୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଓ ପ୍ରାୟ ଦିନ ଏହି ପରି ବନ୍ଦ ରୁହେ ବୋଲି ଲୋକେ କହନ୍ତି। ସାଧାରଣ ଲୋକ ମାନେ ନାନା ହଇରାଣ ହେଉଛନ୍ତି ବୋଲି କହନ୍ତି । ଏ ସମ୍ପର୍କରେ ଅତାବିରା ବିଡିଓ ପ୍ରଣବ ଚାନ୍ଦଙ୍କୁ ପଚାରି ବୁଝିବାରୁ ପଞ୍ଚାୟତ ଅଫିସ ୧୦ ଟାରୁ ଖୋଲିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଯିଏ ହେଲେ ଜଣେ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା କଥା ହେଲେ ଏଠି ଅଫିସରେ ତାଲା ପଡିଛି । ଏନେଇ ପଞ୍ଚାୟତ ଇଓ ଙ୍କୁ ପଚାରିବାରୁ ଆମେ ଫିଲ୍ଡରେ କାମକରୁଛୁ ତ କାମ ସରିଲେ ଅଫିସ ଖୋଲାହେବ କହିଥିଲେ। ତେବେ ପଞ୍ଚାୟତରେ ୫/୬ଜଣ ସରକାରୀ କର୍ମଚାରୀ ରହୁଥିଲେ ହେଁ ଅଫିସ ୧୦ଟାରେ ଖୋଲା ରହୁ ନଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ଏନେଇ ଦେଖିବାକୁ ବାକି ରହିଲା ସରକାରଙ୍କ ୫ଟି ନିୟମଙ୍କୁ ଉଲଙ୍ଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି ନାଁ ସାବାସୀ ଦେଉଛନ୍ତି ସମୟ ହିଁ କହିବ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ