Breaking News

ଚିକିତ୍ସା ଅବସ୍ଥାରେ ଯୁବକର ମୃତ୍ୟୁ; ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Death of young man under medical conditions; The family brought charges of murder

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଭଦ୍ରା କଲୋନି ନିକଟ ଏକ ବଗିଚାରେ ରହୁଥିବା ବୁଲୁ ଜେନାଙ୍କର ୨୨ ତାରିଖ ସକାଳେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ବୁଲୁ ଜେନା ଅନେକ ଦିନ ହେବ ତାଙ୍କ ଶଶୁର ଘର ଶିବ ମଲିକଙ୍କ ଘରେ  ପରିବାର ସହ ରହି ଆସନ୍ତି । ୧୩ ତାରିଖ ଦିନ ବୁଲୁକୁ ଗୁରୁତର ଅବସ୍ଥାରେ ପରିବାର ଲୋକମାନେ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ନେଇଥିଷଲ ।ସେଠାରେ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲକୁ ପଠାଯାଇଥିଲା । ସେଠାରୁ ଭୁବନେଶ୍ୱର ୬ନଂ ମେଡିକାଲ ପରେ ପରେ କଟକ ପଠାଯାଇଥିଲା । ପରିବାର ଲୋକମାନେ ଅଧିକ ଚିକିତ୍ସା ପାଇଁ ବେସରକାରୀ ମେଡିକାଲରେ ଚିକିତ୍ସା କରାଉଥିଲେ । ୨୧ତାରିଖରେ ବିଳମ୍ବିତ ରାତିରେ ବୁଲୁ ଜେନାଙ୍କ ଶଶୁର ଶିବ ମଲ୍ଳିକ ତାଙ୍କ ଜ୍ୱାଇଁ ବୁଲୁଙ୍କୁ ଅଚିହ୍ନା ଲୋକ ଆକ୍ରମଣ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ୨୧୧/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲେ । ମାତ୍ର ୨୨ ତାରିଖ ସକାଳେ ବୁଲୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଗଲା ।  ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅପମୃତ୍ୟୁ କେସରୁଜ କରାଯାଇଶବ ବ୍ୟବଛେଦ କରାଯିବା ପରେ ତାଙ୍କ ପରିବାରଙ୍କୁ ଶବ ଦାହ ପାଇଁ ଦିଆଯାଇଛି । ମାତ୍ର  ତାଙ୍କ ପରିବାର ଲୋକମାନେ ତାଙ୍କୁ ମାଡ ମାରି ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ସୁଭଦ୍ରା ରାସ୍ତା କରରେ ବେଆଇନ ଭାବେ ଦେଶୀ ମଦଭାଟି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲେଚନା ହେଉଛି । ମାତ୍ର ଏ ସମ୍ପର୍କରେ ଏସଡିପିଓ ଦେବଦତ୍ତ ବରାଳ କହନ୍ତି ଅଭିଯୋଗ ପରେ ମୃତ୍ୟୁ ହେବା ଯୋଗୁ କେସର ଦିଗ ଅନ୍ୟ ମୋଡ ନେଇଛି ତେଣୁ ତଦନ୍ତ ଜାରି ରହିଛି । ବହୁ ଶିଘ୍ର ବୁଲୁଙ୍କୁ  ଆକ୍ରମଣ କରିଥିବା ଯୁବକ ମାନଙ୍କୁ ଚିହ୍ନଟ କରାଯିବ ବୋଲି କହନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୨---୮,୫୫    

Sakhigopal News, 23/7/2022

Blog Archive

Popular Posts