ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବାଦ ସାହିତ୍ୟ ଘରତରଫରୁ ସମ୍ବର୍ଦ୍ଧିତ
Students who have the highest marks are welcome from the News Literary Home
ଭଞ୍ଜନଗର-- ଭଞ୍ଜନଗର ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ସମସ୍ତ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ଯେଉଁ ମାନେ ନିଜ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଛନ୍ତି ସେହିମାନଙ୍କୁ ଭଞ୍ଜନଗର ସମ୍ବାଦ ସାହିତ୍ୟଘର ତରଫୁରୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଛି । ଏଥିନିମିତ୍ତ ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ସାହିତ୍ୟ ଘର ସଭାପତି କୃତ୍ତିବାସ ବିଶ୍ୱାଳ ପୌରହିତ୍ୟ କରିଥିଲେ । ପ୍ରାକ୍ତନ କଲେଜ ଅଧକ୍ଷ ଡକ୍ଟର ପୂର୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଜୟରାମ ସେନାପତି ଓ ଭଞ୍ଜନଗର ରୋଟାରୀ କ୍ଲବର ସଭାପତି ମଧୁସୂଦନ ମହାପାତ୍ର , ଉପଦେଷ୍ଟା ମାନୁନନ୍ଦ ପତି ଓ ଶୂଳପାଣି ଶତପଥୀ ମଂଚାସୀନ ଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସମାନ୍ନୀତ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ପାଦକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହସମ୍ପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ସଭା ସଂଯୋଜନା କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨---୧୦,୧୦ Sakhigopal News,18/7/2022