Breaking News

ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

 A joint hearing of the Ganjam district magistrate was held in the conference room of the deputy district magistrate


ଭଞ୍ଜନଗର--ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୧୪ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରୁ ଗ୍ରାମ୍ୟ ଅଭିଯୋଗ ୧୧ଟି ଥିଲା। ଜିଲ୍ଲାପାଳ ତ୍ୱରିତ ୧୬ଟି ଅଭିଯାଗର ଫଇସଲା କରିଥିଲେ। ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ ଭିନ୍ନକ୍ଷମ ମାନଙ୍କୁ ୧୧ଟି ତିନି ଚକିଆ ସାଇକେଲ ଓ ଜଣଙ୍କୁ ଶ୍ରବଣ ଯନ୍ତ୍ର ସହାୟତା ପ୍ରଦାନ କରିଥିଲେ । ରେଡକ୍ରସ ପାଣ୍ଠିରୁ  ୪ ଜଣକୁ ତ୍ୱରିତ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ କିଛି ଲୋକଙ୍କୁ ଜମିପଟା ମଧ୍ୟ ବଣ୍ଟନ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ବଳକା ଥିବା ଆବେଦନ ଶୁଣାଣି ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ,ଭଞ୍ଜନଗର ଉପଜିଲ୍ଲାପାଳ  ଶ୍ରୀ ଜ୍ୟୋତିଶଙ୍କର ରାୟ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨----୮,୪୦  Sakhigopal News,18/7/2022

Blog Archive

Popular Posts