Breaking News

ଜଟଣୀ ନିର୍ବାଚନୀ ମଣ୍ଡଳୀରେ ମୋରମ ଲୁଟେରାଙ୍କ ରାଜ;ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

Moram Lutera's reign in the Jatani constituency has been ruled out by the administration.

ଜଟଣୀ --ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନୀ ମଣ୍ଡଳୀ ର ରାଜସ୍ବ ଦୁର୍ନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଧିକାରୀଙ୍କ ପ୍ରିତୀ ହେତୁ ମୋରମ ଚାଲାଣ ଦଲାଲ ମାନେ ଧାରାକୁ ସରା  ମଣିବାର ଖବର ବାରମ୍ବାର ଖବର ପଦାକୁ ଆସିଛି । ହେଲେ ଉଛପଦସ୍ଥ ସରକାରୀ ବାବୁମାବେ ତାକୁ ସମ୍ଭାଳି ନେଉଛନ୍ତି ।  ଫଳ ସ୍ୱରୂପ ଜଣେ ଅଧିକାରୀ ନିଜର ପଦମର୍ଯ୍ୟାଦା ଭୁଲି ନିଜର ବ୍ୟକ୍ତିଗତ ଫାଇଦା ପାଇଁ କ୍ଷମତାର ଅପପ୍ରୟୋଗ କରିବାକୁ ପଛାଉନାହାନ୍ତି । ବିଶେଷ କରି ଅଧିକାରୀ ସ୍ତରରେ ଏପରି ଦୁର୍ନୀତି ହେଉଥିବାରୁ ଅଧିନସ୍ଥ କର୍ମଚାରୀ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି । ଜାହାର ପ୍ରଭାବ ସାଧାରଣ ଲୋକ, ପରିବେଶ ଉପରେ ପଡୁଛି । ଜଟଣୀ ନିର୍ବାଚନ ମଣ୍ଡଳୀର ତହସିଲ ଅନ୍ତର୍ଭୁକ୍ତ ଖୁଦୁପୁର, ବେଲପଡା ବଡତୋଟା, ପଦନପୁର, କନ୍ତିଆ ପଞ୍ଚାୟତ ନିରଞ୍ଜନପୁର ବିଭିନ୍ନ ସ୍ଥାନରେ ମୋରମ ଚୋରା ଚାଲାଣ ମାଫିଆ ମାନେ ତହସିଲ, ଆରଆଇ, ପୋଲିସ ଉଚପଦସ୍ଥ କର୍ମଚାରୀ ମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକାରେ ଲୁଟି ଖାଇବାର ଘଟଣା ବାରମ୍ବାର ପଦାକୁ ଆସୁଛି । ଜଟଣୀ ର ପୂର୍ବତନ ତହସିଲଦାର ତପନ କୁମାର ମହାପାତ୍ର ଏବଂ ସ୍ଥାନୀୟ ଚନ୍ଦକା ଥାନା ଆଇଆଇସି ମଧ୍ୟରେ ମୋରମ ଚୋରାଚାଲାଣ କୁ ନେଇ ବାକ ବିବାଦ ପଦାକୁ ଆସିଥିଲା । ବର୍ତ୍ତମାନ ଖୁଦୁପୁର ଗ୍ରାମ ନିକଟରେ ଥିବା ଆଇ. ଆଇ. ଟି. ପାଚେରୀ କୁ ଲାଗି ସହ ସହ ଏକର ଜଙ୍ଗଲ ଜମିରେ ଜେସିବି ମାଧ୍ୟମରେ ମଧ୍ୟରାତ୍ରରେ ହାଇୱା ସାହାଯ୍ୟରେ ମୋରମ ଚୋରା ଚାଲାଣ ହେଉଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।  ଏହି ସ୍ଥାନଟି ତହସିଲ କାର୍ଯ୍ୟାଳୟ ଠାରୁ ପାଞ୍ଚ ଶହ ରୁ ଛଅ ଶହ ମିଟର ଦୂରତ୍ୱରେ ଅବସ୍ଥିତ । ଅଭିଯୋଗ ହେଲେ  ଉଚ୍ଚପଦସ୍ଥ କର୍ମଚାରୀ ଦୁଇଟି ତିନୋଟି ମୋରମ ବୋଝେଇ ଗାଡିକୁ ଜବତ କରି କିଛି ଟଙ୍କା ଜରିମାନା  କାଟି ଛାଡି ଦେଉଥିବାର ସ୍ଥାନୀୟ ବାସିନ୍ଦାଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ଏହା ଦ୍ୱାରା ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡ଼ିବାର ନଜରକୁ ଆସୁନାହିଁ । ଯଦି ଅଧିକାରୀ ବାବୁମାନେ ମୋରମ ଉତ୍ତଳନ ସ୍ଥାନ ଚଢ଼ାଉ କରି ମାଫିଆ ମାନଙ୍କୁ କାବୁ କରନ୍ତେ ରାଜସ୍ବ ଲୁଟରେ ଲଗାମ ଲଗାଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ସରକାରୀ ଅଧିକାରୀ ମାନେ ନିସ୍ଵାର୍ଥ ରୂପେ କାର୍ଯ୍ୟ କରିନାହାନ୍ତି ସେ ପର୍ଯ୍ୟନ୍ତ ରାଜ୍ୟରୁ ଅରାଜକତା ହଟିବ ନାହିଁ ଏହା ନିରାଟ ସତ୍ୟ ବୋଲି ଜଣସାଧାରଣରେ ଆଲୋଚନା ହେଉଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୨----୧୨,୧୦   Sakhigopal News,17/7/2022

Blog Archive

Popular Posts