Breaking News

ଅଟୋ ଧକ୍କାରେ ଆହତ ମହିଳା ନ୍ୟାୟ ପାଇବା ପାଇଁ ଦ୍ୱାରସ୍ଥ ହେଲେ କୋର୍ଟର

 The woman, who was injured in the car crash, went to the courthouse to seek justice

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଭଟ୍ଟପୁର ବଡବିଲସାହି ଗ୍ରାମର ଗଣେଶ ମଲିକଙ୍କ ସ୍ତ୍ରୀ ବୀଣା ମଲିକ ସାକ୍ଷୀଗୋପାଳ ବଜାରରୁ କାମ ସାରି ୧୨/୧୦/୨୦୨୧ତାରିଖରେ ଘରକୁ ଫେରୁଥିଲେ । କାଞ୍ଜିଆଛକ ସ୍ଥିତ ରୁଦ୍ରାଣୀ ଡାବା ନିକଟରେ ପୁରୀରୁ ଭୁବନେଶ୍ୱର ଆଡକୁ ଯାଉଥିବା ଏକ ଅଟୋ ଯାହାରନଂ- ଓଡି-୧୩-ଜେ-୬୫୩୧ ଧକ୍କା ଦେଇଥିଲା । ଧକ୍କା ଦେବାରୁ ବୀଣା ରାସ୍ତାରେ ଛିଟିକି ପଡିଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ବୀଣାଙ୍କୁ ଉଠାଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରୁ ପୁରୀ ପରେ ପରେ କଟକ ମେଡିକାଲକୁ ରେଫର ହୋଇଥିଲେ । ଚିକିତ୍ସା ହୋଇ ଫେରିବା ପରେ ୨/୧୧/୨୦୨୧ରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ପୁରୀ ଏସପିଙ୍କୁ ୨୮/୧୨/୨୧ରେ ବୀଣା ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ନ୍ୟାୟ ପାଇବା ପାଇଁ ମାନ୍ୟବର ଏସ.ଡି.ଜେ.ଏମ ପୁରୀଙ୍କ କୋର୍ଟରେ  ନ୍ୟାୟ ପାଇବା ପାଇଁ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ସତ୍ୟବାଦୀ ଥାନାରେ ୨୦୪/୨୨ରେ ଏକ କେସରୁଜ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୭/୨୦୨୨---୫,୧୦     

Sakhigopal News, 18/7/2022

Blog Archive

Popular Posts