ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣା ; ୯ମାସ ପରେ ଗିରଫ ହେଲା ଅଭିଯୁକ୍ତ
ଓଡ଼ଗାଁ:- ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଅଭିଯୁକ୍ତ ଯୁବକକୁ ୯ ମାସ ପରେ ଓଡ଼ଗାଁ ପୋଲିସ୍ ଗିରଫ କରିଛି। ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲ୍ଲୀ ଗ୍ରାମର ଗୌତମ ନାୟକ(୩୨)।ଗୌତମ ସ୍ଥାନ ବଦଳାଉଥିବା ବେଳେ ତା ମୋବାଇଲ ଟ୍ରାକିଂ କରି ଶୁକ୍ରବାର ଦିନ ଓଡ଼ଗାଁ ପୋଲିସ୍ ଟିମ୍ ଭୁବନେଶ୍ୱରରୁ ଧରିଥିଲେ।
ଓଡ଼ଗାଁରେ ଗୌତମର ଡାକ୍ତରୀ ପରୀକ୍ଷା ପରେ ପୋକ୍ସୋ ଆଇନ୍ ଅନୁସାରେ ତାକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ଖାରଜ ହେବାରୁ ତା'କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗୌତମ ଓଡ଼ଗାଁ ଥାନା ଅନ୍ତର୍ଗତ ଗଉଡ଼ପୁଟ ଅଞ୍ଚଳରେ ଥିବା ତା'ର ବନ୍ଧୁ ଘରକୁ ଯିବାଆସିବା କରେ। ଜଣେ ନାବାଳିକାକୁ ପ୍ରେମରେ ଫସାଇ ୨୦୧୫ ମସିହାରେ ଘରେ ସମସ୍ତଙ୍କ ଅନୁପସ୍ଥିତିରେ ନାବାଳିକାର ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିଲା। ଏନେଇ ନାବାଳିକାର ବାପା ଅଭିଯୋଗ କରିବାରୁ ବିବାହର ପ୍ରତିଶ୍ରୁତି ଦେଇ ସେବେଠାରୁ ନାବାଳିକାର ଘରକୁ ଗୌତମ ଯିବାଆସିବା କଲା।
ସମୟ କ୍ରମେ ନାବାଳିକା ସାବାଳିକା ହେଲା ପରେ ୨୦୨୧ ଫେବୃଆରୀ ୧୦ତାରିଖରେ ଗୌତମ ଓଡ଼ଗାଁ ପଲିଟେକନିକ୍ କଲେଜ ନିକଟକୁ ଆସିବା ପାଇଁ ଯୁବତୀଙ୍କୁ ଡାକିଥିଲା। ବିବାହ ନହେଲେ ସେ ଆଉ ତା ସାଙ୍ଗରେ ଯିବନାହିଁ ବୋଲି ଯୁବତୀ ଜଣଙ୍କ କହିବା ପରେ ଗୌତମ ତାକୁ ବୁଝାସୁଝା କରି ନିଜ ଘର କରଚୁଲି ନେଇଯାଇଥିଲା। ଗୌତମର ପରିବାର ଗଳାରେ ଧକ୍କା ଦେଇ ଯୁବତୀକୁ ଘରୁ ବାହାର କରିଦେଲେ। ତା ୫.୧୧.୨୦୨୧ରିଖରେ ଯୁବତୀ ଜଣକ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଓଡ଼ଗାଁ ପୋଲିସ ୧୨୦/୨୧ ରେ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ, ରିପୋର୍ଟ:-
ତା:- ୧୬/୭୨୨----୧୦,୫୦ Sakhigopal News,16/7/2022