କନ୍ତପଂହରା ପଞ୍ଚାୟତରେ ପାଗଳ ମାଙ୍କଡ଼ ଆତଙ୍କ
Crazy monkey terror in Kantpanhara Panchayat.
ବାଙ୍କୀ--- ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପଂହରା ପଞ୍ଚାୟତରେ ପାଗଳ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଛି। ପାଗଳ ମାଙ୍କଡ଼ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି।ଖବର ମୁତାବକ କିଛି ଦିନ ହେବ କନ୍ତ ପଂହରା ଗ୍ରାମରେ ଦୁଇଟି ପାଗଳ ମାଙ୍କଡ ଆସି ଆତଙ୍କସୃଷ୍ଟି କରିଛନ୍ତି।ଆଜି ସନ୍ଧ୍ୟା ସମୟରେ ଉକ୍ତ ପାଗଳ ମାଙ୍କଡ଼ ଗ୍ରାମର ରବୀନ୍ଦ୍ର ଖଟୁଆଙ୍କ ଘରେ ପଶି ଲୁଚି ରହିଥିଲା । ରବିନ୍ଦ୍ରଙ୍କ ପୁତ୍ର ବାପି ଖଟୁଆ (୨୪) ଘର ଭିତରୁ ଡ୍ରେସ ଆଣିବା ସମୟରେ ଲୁଚି ରହିଥିବା ମାଙ୍କଡଟି ବାପିଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ଯାହାଫଳରେ ମାଙ୍କଡଟି ବାପିଙ୍ଙ୍କୁ କାମୁଡି ଓ ରାମ୍ପୁଡି ଖଣ୍ଡିଆ ଖାବରା କରିଦେଇଥିଲା ।ମାଙ୍କଡଟି ବାପିଙ୍କୁ ଓଠକୁ କାମୁଡି ଛିଣ୍ଡାଇ ଦେଇଥିବା ଜଣାପଡିଛି।ବପିର ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଦୈାଡିକି ଯାଇଥିଲେ । ଖବର ପାଇ ଗ୍ରାମର ଯୁବ ସମାଜସେବୀ ମାନସ କୁମାର ବେହେରା (ରାଜୁ) ଭୟ ନକରି ମାଙ୍କଡ଼ କବଳରୁ ଉଦ୍ଧାର କରି ଅଟୋରେ ଚିକିତ୍ସା ନିମନ୍ତେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।ପ୍ରାଥମିକ ଚିକିତ୍ସା ପରେ ବାପିଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏ ସି ବି ମେଡିକାଲକୁ ପଠାଯାଇଛି ।ଏଥିପ୍ରତି ଆଠଗଡ ବନବିଭାଗ ଅଧିକାରୀ ଦୃଷ୍ଟି ଦେଇ ଉକ୍ତ ଦୁଇ ପାଗଳ ମାଙ୍କଡ଼ଙ୍କୁ ଧରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୩/୭/୨୦୨୨ Sakhigopal News,23/7/2022