ଜମିଜମା ମାଲିକନାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ମହିଳା
The woman went to the door of the court over the ownership of the land
ସାକ୍ଷୀଗୋପାଳ-------ପୁରୀ କୁମ୍ଭାରପଡାଥାନା ଅନ୍ତର୍ଗତ ତଳମାଳିସାହିର ମୋନାଲିସା ମିଶ୍ର ଜମି ଜମା ମାଲିକନାକୁ ନେଇ ପୁରୀ ଏସ.ଡି.ଜେ.ଏମଙ୍କ ନିକଟରେ ନ୍ୟାୟ ପାଇବା ପାଇଁ ଏକ କେସରୁଜ କରିଥିବା ଜଣାପଡିଛି । ସତ୍ୟବାଦୀଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମର ସତ୍ୟବ୍ରତ ଦାଶଙ୍କ ନାମରେ କେସରୁଜ କରିଥିବା ଜଣାପଡିଛି । ସତ୍ୟବାଦୀ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ନ୍ୟାୟ ନ ପାଇବାରୁ କୋର୍ଟର ସ୍ୱାରସ୍ଥ ହୋଇଥିବା ଜଣାପଡିଛି । ମାନ୍ୟବର କୋର୍ଟ ସତ୍ୟବାଦୀ ଥାନାକୁ ତୁରନ୍ତ ଏକ କେସରୁଜ କରି ସଠିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥବା ଜଣାପଡିଛି । କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ୨୦୫/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୭/୨୦୨୨----୫,୧୦
Sakhigopal News, 18/7/2022