>>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ;ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କଲେ
  • ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସଟିକୁ ପ୍ରତ୍ୟାହାର ଦାବିରେ ଏଆଇକେକେଏମଏସ ପକ୍ଷରୁ ବିକ୍ଷୋଭ

    Protest by AIKKMS demanding withdrawal of GST from essential goods.

    ସାକ୍ଷୀଗୋପାଳ---- ସ୍ଥାନୀୟ ଅଳଗୁମ ଗାଇବାଟିଆ ଛକଠାରେ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଜିଏସଟି ବିରୁଦ୍ଧରେ  ଏଆଈ କେ କେ ଏମ ଏସ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଶେଷ କରି ଚୁଡ଼ା,ମୁଢ଼ି, ଦହି, କ୍ଷୀର,ବଟର ଏହି ସବୁ ସାମଗ୍ରୀ  ଉପରେ ଜିଏସଟି ଲାଗୁ କରାଯାଇଛି ।ଯାହା ଫଳରେ ଓଡ଼ିଶା ବହୁଳ ଭାବେ ପ୍ରଭାବିତ ହେବ ବିଶେଷ କରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ପ୍ରଭାବ ପଡିବ ବୋଲି ପୁରୀ ଜିଲ୍ଲାରଏଆଈ କେ କେ ଏମ ଏସ ସମ୍ପାଦକ କମ୍ରେଡ ସୁବାସ ବରାଳ ମତ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ୱ।ନ ନେସନ ଏବଂ ୱଛନ ଟ୍ୟାକ୍ସ ବୋଲି କହି ଏବେ ବି ଦେଶର ଲୋକମାନଙ୍କ ଉପରେ ୫ଟି ଟିକସ ଏବଂ ୨୬ ଟି ସେସ ଅତିରିକ୍ତ ଭାବେ ଆଦାୟ କରୁଛନ୍ତି। ପୁଣି ଏବେ ଏହି ନିଷ୍ପତ୍ତି ଲୋକଙ୍କ ଉପରେ ଅଧିକ ଅର୍ଥନୈତିକ ଚାପ ପକାଇବ। ତେଣୁ ନୂତନ ଭାବେ ଜିଏସଟି ଅଧିନକୁ ଆସିଥିବା ଏହି ସବୁ ସାମଗ୍ରୀ ଉପରେ ଲାଗିଥିବା ଟିକସ ପ୍ରତ୍ୟାହାର କରିବାକୁ ଦାବି କରିଛି କିଷାନକ୍ଷେତ ମସଦୁର ସଙ୍ଗ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ । କାର୍ଯ୍ୟକ୍ରମରେ ଆଞ୍ଚଳିକ କମିଟିର ସଭାପତି ହାଡିବନ୍ଧୁ ବେହେରା,କୃଷକ ନେତା ସୁବାସ ବେହେରା, ପ୍ରଭାକର ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୭/୨୦୨୨----୯,୪୫ Sakhigopal News,25/7/2022

    Blog Archive

    Popular Posts