 |
Sakhigopal |
ସାକ୍ଷୀଗୋପାଳ--- ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘରର ବିକାଶ ଓ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ କ୍ରମେ ୨୬ ତାରିଖ ଅପରାହ୍ନରେ ୫ଟି ସଚିବ ସୁଆଣ୍ଡୋ ଗସ୍ତ କରି ଫେରିଛନ୍ତି । ଆଜି ଅପରାହ୍ନରେ ଆରଆଣ୍ଡବି ମୁଖ୍ୟଯନ୍ତ୍ରୀ ଆଦିତ୍ୟ କୁମାର ରାୟ , ଅତିରିକ୍ତ ସେକ୍ରେଟେରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ପୁରୀ ନିର୍ବାହୀଯନ୍ତ୍ରୀ ଗିରିଣ ଚନ୍ଦ୍ର ରାୟ, ସାକ୍ଷୀଗୋପାଳ ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ ସୁଆଣ୍ଡୋ ଗ୍ରାମରେ ପହଞ୍ଚି ପ୍ରାଥମିକ ଗ୍ରାମ୍ୟ ରାସ୍ତା ତନକି କରିଥିଲେ । ବିଶେଷ କରି ପୁଣାତ୍ମାଙ୍କ ବାସଭବନ ଠାରୁ ପଟ୍ଟନାୟିକିଆ ଛକ ୩୧୬ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ଦୁଇଥାକିଆ କରାଯିବ ବୋଲି ୫ଟି ସଚିବଙ୍କ ନିର୍ଦ୍ଦେଶ ରହିଛି । ଦୁଇଦିନ ମଧ୍ୟରେ ପ୍ରାଥମିକ ସର୍ଭେ କରାଯାଇ ରିର୍ପୋଟ ଦିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ରାୟ ସୁଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି