ପୋଖରୀରେ ବୁଡି ଯୁବକର ମୃତ୍ୟୁ
The young man drowned in the pond
ଭଞ୍ଜନଗର - ତାରାସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଦୋମୁହାଁଣି ଗ୍ରାମର ବାବୁଲା ବେହେରା ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି । ସୂଚନା ପ୍ରକାରେ ବାବୁଲା ଜଣେ ରାଜମସ୍ତ୍ରୀ ଭାବେ ଆଖପାଖ ଅଞ୍ଚଳରେ ପରିଚିତ । ରବିବାର ଅପରାହ୍ନରେ ଘରକାମ ସାରି ଗାଧେଇବାକୁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ପୋଖରୀରେ ଅସାବନତା ଯୋଗୁଁ ଗୋଡ ଖସି ଯାଇ ପାଣି ଭିତରେ ପଡିଯିବା ଫଳରେ ବାବୁଲା ବାହାରକୁ ବାହାରି ପାରିନଥିଲା । ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସେ ଗାଧୋଇବାକୁ ଯାଇଥିବା ଖବର ପାଇ ଗ୍ରାମର କିଛି ଯୁବକ ଓ ପରିବାର ଲୋକେ ପୋଖରୀ ପାଣିରେ ପଶି ଖୋଜାଖୋଜି କରିଥିଲେ ସୁଧା ବାବୁଲା ର କୈଣସି ସଦ୍ଧାନ ମିଳିନଥିଲା । ଶେଷରେ ଭଞ୍ଜନଗର ଦମକଳ ବାହିନୀ କୁ ଖବର ଦେବା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ବାବୁଲା ମୃତଦେହ ପୋଖରୀ ରୁ ଉଦ୍ଧାର କରିଥିଲେ । ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇଥିଲେ । ଏହି ଘଟଣାକୁ ନେଇ ତାରସିଂ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା , ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି । ବାବୁଲାର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୭/୨୦୨୨----୮,୪୫ Sakhigopal News,24/7/2022