Breaking News

ମୋଟାବାଡ଼ି ଗୋପୀନାଥ ବିଦ୍ୟାପୀଠରେ ୭୩ତମ ବନମହୋତ୍ସବ ପାଳିତ

The 73rd Forest Festival was organized at Motavadi Gopinath Vidyapeeth.

ଭଞ୍ଜନଗର----ମୋଟାବାଡ଼ିସ୍ଥିତ ଗୋପୀନାଥ ବିଦ୍ୟାପୀଠରେ ୭୩ତମ ବନମହୋତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀ ଏବଂ ଅତିଥିମାନେ ଗ୍ରାମ ପରିକ୍ରମା କରିବା ସହିତ ସଚେତନା ସ୍ଲୋଗାନ ପ୍ରଦାନ କରିଥିଲେ । ପରେ ଛାତ୍ର ଛାତ୍ରୀଙ୍କ ସହିତ ଅତିଥିମାନେ ମିଶି ବୃକ୍ଷରୋପଣ କରିଥିଲେ । ମୁଖ୍ୟଅତିଥିଭାବେ ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ମୁଖ୍ୟବକ୍ତାଭାବେ ଭଞ୍ଜନଗର ରୋଟାରୀ କ୍ଳବର ସଭାପତି ମଧୁସୁଦନ ମହାପାତ୍ର, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶୂଳପାଣି ଶତପଥୀ, ନିଗମାନନ୍ଦ ଏଜୁକେଶନ ସେଣ୍ଟର ର ସମ୍ପାଦକ ଚିନ୍ମୟ କୁମାର ବେବର୍ତା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଖଦାଳ ଖଟେଇ, ସିଆରସିସି ମନତ ରଞ୍ଜନ ସେଠୀ ଯୋଗଦେଇ ବୃକ୍ଷର ଆବଶ୍ୟକତା ସହିତ ବନମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରଷ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିଲ କୁମାର ପ୍ରଧାନ, ମୁନା ଦାଶ, କାଶିନାଥ ସାହୁ, ବିଦେଶୀ ସାହୁ ଯୋଗଦେଇଥିଲେ । ବନବିଭାଗର ବନପାଳ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୭/୨୦୨୨---୪,୪୦  Sakhigopal News,28/7/2022

Blog Archive

Popular Posts