Breaking News

ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ପଞ୍ଚାୟତ ନାଗପାଲି ଗ୍ରାମ ରାସ୍ତା ଏବେ ମରଣଯନ୍ତା ପାଲଟିଛି

 The Nagpalli village road in Remenda village panchayat in Veden block has now become a death trap.
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ପଞ୍ଚାୟତ ନାଗପାଲି ଗ୍ରାମର ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି।ଏହି ରାସ୍ତା ଟି ରେଙ୍ଗାଲିକେମ୍ପ ରୁ ପପଂଗା ରାସ୍ତା ର ନାଗପାଲି କେନାଲ ବ୍ରିଜ ନିକଟରେ ସଂଯୋଗ କରିଛି। ଏହି ରାସ୍ତାରେ ପ୍ରତିଦିନ ଲରମ୍ଭା କଲେଜ, କାଦୋବାହାଲ କଲେଜ ଛାତ୍ରଛାତ୍ରୀ, ଚାରିଚକିଆ ଯାନ, ଭାରିଯାନ, ବାଇକ, ସାଇକେଲ ସାଧାରଣ ପଥଚାରୀ ଯିବା ଆସିବା କରିଥାନ୍ତି। ବର୍ଷାରୁତୁ ବିଶେଷ ଭାବରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମୁଖୀନ ହେବାକୁପଡୁଛି। ଅନେକ ସମୟରେ ଏହି ରାସ୍ତା ରେ ଦୁର୍ଘଟଣା ମାନ ଘଟୁଛି। ଏହି ରାସ୍ତାର ଅସୁବିଧା ସମ୍ପର୍କରେ ଜିଲ୍ଲାପାଳ ଙ୍କ  ଜନଶୁଣାଣି ସମୟରେ ଅଭିଯୋଗ ହୋଇଛି। ଏହି ରାସ୍ତା ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ଏବେ ରାସ୍ତା ମରାମତି ଯୁଦ୍ଧ କାଳୀନ ମଧ୍ୟରେ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହି ରାସ୍ତା ପାଇଁ ଜନସାଧାରଣଙ୍କ ହିତ ଦୃଷ୍ଟି ରୁ ବରଗଡ଼ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଓ ଜନସାଧାରଣ ଦାବୀ କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୭/୨୦୨୨--- ୫,୧୦  Sakhigopal News,20/7/2022

Blog Archive

Popular Posts