Breaking News

ସିଆଲଖଣ୍ଡଥା ପ୍ରାଥମିକ ସେବା ସମବାୟ ସମିତି ଲି ର ସଭାପତି ହେଲେ ଗଇଧଳ

Gaidhal became the president of the Sialkhandatha Primary Service Cooperative Society
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସିଆଲଖଣ୍ଡଥା ପ୍ରାଥମିକ ସେବା ସମବାୟ ସମିତି ଲି ର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଇଧଳ ରଣା ଓ କୃଷ୍ନ ଚନ୍ଦ୍ର ବେହେରା ନାମାଙ୍କନପତ୍ର ଦାଖଲ କରିଥିଲେ। ଗଇଧଳ ରଣା ୧୧/0 ବିଜୟୀ ହୋଇଛନ୍ତି। ଗଇଧଳ ରଣା ବିଜୟୀ ହେବା ପରେ ତାଙ୍କ ସମର୍ଥକ ମାନେ ପୁଷ୍ପମାଲ୍ଯ ଓ ଫୁଲତୋଡା ଦେଇ ସମ୍ମାନୀତ କରିଥିଲେ। ଗଇଧଳ ରଣା ପୂର୍ବତନ ମନ୍ତ୍ରୀ ତଥା ପୁର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଜଣେ ଦୃଢ ସମର୍ଥକ ଭାବେ ଅଞ୍ଚଳରେ ଜଣାଶୁଣା। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଚନ୍ଦ୍ରାଇ ସୋରେନ ନିର୍ବାଚନ ପରିଚାଳନା କରିଥିବା ବେଳେ ସିଆଲଖଣ୍ଡଥା ପ୍ରାଥମିକ ସେବା ସମବାୟ ସମିତି ଲି ର ସମ୍ପାଦକ ଦେବାଶିଷ ଆଚାର୍ଯ୍ଯ ସହଯୋଗ କରିଥିଲେ । ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ସମୟରେ ଶାନ୍ତି ଶୃଙ୍ଖଳାର ନିମନ୍ତେ ଭେଡେନ ଓ ରୁଷୁଡା ଫାଣ୍ଡି ପୋଲିସ ଉପସ୍ଥିତ ରହି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୭/୨୦୨୨---୫,୧୫    Sakhigopal News,20/7/2022

Blog Archive

Popular Posts