ସତ୍ୟବାଦୀରେ ତୁତୀୟ ପର୍ଯ୍ୟାୟରେ ୯ଟି ହାଇସ୍କୁଲ ୫ଟିରେ ସାମିଲ ହେଲା
In the second phase of the Satyavadi, 9 high schools were included in 5 .
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ୯ଟି ହାଇସ୍କୁଲ ୫ଟି ଯୋଜନାରେ ତୁତୀୟ ପର୍ଯ୍ୟାୟରେ ସାମିଲ ହୋଇଛି । ରାଜ୍ୟ ସରକାରଙ୍କ ତଥା ୫ଟି ସଚ୍ଚିବଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକ ୫ଟିରେ ସାମିଲ ହେଲେ ସେହି ବିଦ୍ୟାଳୟ ଗୁଡିକରେ ପ୍ରଥମେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯିବ । ଜିଲ୍ଲାପରିଷଦ ସଭ୍ୟସଭ୍ୟା, ସରପଞ୍ଚ, ସମିତିସଭ୍ୟ, ସଭ୍ୟା ଙ୍କ ସହିତ ୱାଡ୍ୟସର୍ଭ ଓ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତିରେ ଏକ ଆଲେଚନା ବା ସଭା କରାଯିବ । ୫ଟି ଯୋଜନାରେ କେତେ ଟଙ୍କା ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ ଖର୍ଚ୍ଚ କରାଯିବ ଏହା ପ୍ରକାଶ କରାଯିବା ସହ ସମସ୍ତଙ୍କର ସହଯୋଗ କରିବା ପାଇଁ କୁହାଯାଇଛି । ଏହି ଆଲୋଚନା ସଭାରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଯନ୍ତ୍ରୀ ପ୍ରମୋଥା ତ୍ରିପାଠୀ, ଅନୁରକ୍ତା ଦାଶ, ନିବେଦିତା କାନୁନଗୋଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ,ସଭ୍ୟା, ସରପଞ୍ଚ, ସମିତିସଭ୍ୟସଭ୍ୟା, ୱାର୍ଡ ସଭ୍ୟସଭ୍ୟା , ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ବିଡିଓ ଶ୍ରୀ ବେହେରା ପ୍ରକଳ୍ପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସତ୍ୟବାଦୀ ବ୍ଳକ ତରଫରୁ ମଙ୍ଗଳବାର ଦିନ ନରେନ୍ଦ୍ରପୁର ହାଇସ୍କୁଲ, ନୂଆସୋମେଶ୍ୱରପୁର ନୋଡାଲ ହାଇସ୍କୁଲ, ଶ୍ରୀରାମଚନ୍ଦ୍ରପୁର ହାଇସ୍କୁଲରେ ୫ଟି ପ୍ରକଳ୍ପକୁ ନେଇ ସଭା ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ୨୦ ତାରିଖରେ ପଞ୍ଚସଖା ହାଇସ୍କୁଲ ମାଳସାହି, ନୂଆବଡଚକେରା, ଶ୍ରୀ ଜଗନ୍ନାଥ ଆଦର୍ଶଉଚ୍ଚ ବିଦ୍ୟାଳୟ ଡାଙ୍ଗୁରା, ସରକାରୀ ୟୁ,ଜି.ଏଚ,ଏସ ପାରକେଣା ବିଦ୍ୟାଳୟରେ ଆଲେଚନା ଚକ୍ର ହେବ । ୧୮ ତାରିଖ ଦିନ ଗୋପିନାଥ ବିଦ୍ୟାପୀଠ, ବିଶ୍ୱନାଥପୁର, ମହନ୍ତ ବଳରାମଦାସବିଦ୍ୟାପୀଠ କାଦୁଆ, ମଠସାହି ହାଇସ୍କୁଲ ମଠସାହିରେ ୫ଟି ଯୋଜନା ସମ୍ପର୍କରେ ଆଲେଚନା ସରିଯାଇଛି । ସତ୍ୟବାଦୀ ବ୍ଳକରେ ୫ଟିରେ ପ୍ରଥମ ପର୍ଯ୍ୟାୟରେ ୬ଗୋଟି ହାଇସ୍କୁଲ ସାମିଲ ହୋଇଥିଲା । ୫ଟି ଯୋଜନା ସଫଳତା ପାଇବା ପରେ ୨ୟ ପର୍ଯ୍ୟାୟରେ ୮ଟି ୩ୟ ପର୍ଯ୍ୟାୟରେ ୯ ଗୋଟି ହାଇସ୍କୁଲ ସାମିଲ ହୋଇଛି । ବିଶେଷ କରି ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ , ଶକ୍ଷୟତ୍ରୀ ଓ ଗ୍ରାମାବସୀ ମାନେ ସେମାନଙ୍କ ବିଦ୍ୟାଳୟ ଗୁଡିକ ୫ଟି ସାମିଲ ହୋଇଥିବାରୁ ବିଶେଷ ଖୁସି ହେବା ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କୁ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୭/୨୦୨୨---୫,୩୦
Sakhigopal News, 19/7/2022