 |
Sakhigopal |
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସିଂଘାକୁଦା ଗ୍ରାମରେ ଗତ ସାମୁଦ୍ରିକ ବାତ୍ୟାରେ ରାସ୍ତା କରରେ ଓ ନିଜ ବାରିରେ ଥିବା ବିଭିନ୍ନ ବୃୃକ୍ଷରାଜ ଧ୍ୱସଂ ହୋଇଯାଇଛି । ଏଣୁ ଗ୍ରାମକୁ ସେହି ଅବସ୍ଥକୁ ଆଣିବା ପାଇଁ ଏବେ ଠାରୁ ପୟାସ ଆରମ୍ଭ ହେଲେ ଆଗାମୀ ପୀଢ଼ି ଏହାର ସୁଫଳ ପାଇବେ ବୋଲି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମାଜିକ କର୍ମୀ ଭରତ ରାଉତ କହିଥିଲେ । ଗ୍ରାମ ପାଇଁ ଗଛଟିଏ ସ୍କୋଗାନ ଦେଇ ବୃକ୍ଷ ରୋପଣ ଆରମ୍ଭ ହୋଇଛି । ଗ୍ରାମରେ ଥିବା ଭଗବତ ବାସୁଦେବ କ୍ଳବ ପକ୍ଷରୁ ଗ୍ରାମ ମୁଣ୍ଡରେ ଥିବା ମେଳଣ ପଡିଆରେ ବୃକ୍ଷ ରୋପଣ ଆରମ୍ଭ ହୋଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଳିତ ହୋଇ ଗ୍ରାମ୍ୟ ରାସ୍ତାର ଉଭୟପାଶ୍ୱର୍ରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି । ସଚ୍ଚିକାନ୍ତ ବିଶ୍ୱାଳ, ରଶ୍ମି ରଞ୍ଜନ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ବବୁଲ ବିଶ୍ୱାଳ, ଯୁଧିଷ୍ଠିର ବିଶ୍ୱାଳଆଦିତ୍ୟ ବିଶ୍ୱାଳ,ବିମଳ ବିଶ୍ୱାଳ, ରଞ୍ଜନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ସରୋଜ କୁମାର ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି