ହେନ୍ତାଳବନର ସୁରକ୍ଷା ଜରୁରୀ :ହୃଷୀକେଶ ପାଢ଼ୀ
Protection of Hentalban is important: Hrishikesh Padhi.
ଡେଲାଙ୍ଗ : ଜୁଲାଇ ଛବିଶ ହେନ୍ତାଳବନ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ପକ୍ଷରୁ ବନମହୋତ୍ସବ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜନସେବାକେନ୍ଦ୍ର ଡେଲାଙ୍ଗ ଷ୍ଟେସନ ବଜାର ଠାରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜନସେବା କେନ୍ଦ୍ରର ପରିଚାଳକ କବୀର ପ୍ରଧାନ ବ୍ୟାନର ପ୍ରଦର୍ଶନ କରି କର୍ମଶାଳାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ କହିଲେ -" ବର୍ତମାନ ହେନ୍ତାଳବନ ବା ଲୁଣା ଜଙ୍ଗଲ ର ସୁରକ୍ଷା ଆମ ପାଇଁ ଆବଶ୍ୟମ୍ଭାବି ହୋଇପଡିଛି । ଉପକୁଳ ଅଞ୍ଚଳରେ ହେନ୍ତାଳ ବନ ଯୋଗୁଁ ଆମ୍ଭେମାନେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇପାରୁଛେ । ଉପକୁଳ ରେ ଥିବା ହେନ୍ତାଳ ବନ ନଷ୍ଟ ହେଉଥିବାରୁ ଶ୍ରୀ ପାଢ଼ୀ କ୍ଷଭୋ ପ୍ରକାଶ କରିବାସହ ଏହାର ସୁରକ୍ଷା ପାଇଁ ଯଥେଷ୍ଟ ବୃକ୍ଷରୋପଣ କରି ପରିବେଶକୁ ବଞ୍ଚାଇବାକୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିତା ପଣ୍ଡା,ଧନେଶ୍ୱର ଲେଙ୍କା, ଅବିର ପ୍ରଧାନ, ଦିଲ୍ଲୀପ କୁମାର ପରିଡା, ନବକିଶୋର ବରାଳ ପ୍ରମୁଖ ସହଯୋଗ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୭