ମୋଟରସାଇକେଲ ଦୁର୍ଘଟଣା ରେ ହୋମଗାର୍ଡ ଗୁରୁତର
ଭଞ୍ଜନଗର - ଗାଙ୍ଗପୁର ଥାନା ଅନ୍ତର୍ଗତ ବନଦୂର୍ଗା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣା ଘଟିଛି । ଗାଙ୍ଗପୁର ଥାନା ର ହୋମଗାର୍ଡ କେଦାର ଗୌଡ଼ ଏହି ଦୁର୍ଘଟଣା ରେ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଧାର କରି ପ୍ରଥମେ ନିକଟସ୍ଥ ଗୋବରା ମେଡିକାଲ ରେ ଭର୍ତ୍ତି କରିଥିଲେ । ପ୍ରଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ କେଦାର ଗୌଡ ନିଜ ବାଇକ୍ ରେ ଯାଉଥିବା ବେଳେ ଷଢଙ୍ଗିପଲ୍ଲୀ ନିକଟସ୍ଥ ବନଦୂର୍ଗା ମନ୍ଦିର ନିକଟରେ ବାଇକଟି ଦୂର୍ଘଟଣାଗ୍ରସ୍ଥ ହୋଇଥିଲା । ମୁଣ୍ଡ ଓ ମୁହଁ ରେ ଗୁରୁତର ଆଘାତ ଲାଗିଥିଲା । ପ୍ରକାଶ ଥାଉକି ସଂପୃକ୍ତ ସ୍ଥାନରେ ରାସ୍ତା ମରାମତି ଚାଲିଥିବାରୁ ରାସ୍ତା କଡ଼ରେ ମେଟାଲା ବିଛା ଯାଇଥିଲା । ଘଟଣା ସ୍ଥଳ ମାନଙ୍କରେ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିବା ଏବଂ କୈାଣସି ସୂଚନା ଫଳକ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି । ଅନ୍ୟପକ୍ଷରେ ହୋମଗାର୍ଡ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ବୋଲି ଘଟଣା ସ୍ଥଳରୁ ଉଧାର କରିଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୭/୨୦୨୨---୮,୧୦ Sakhigopal News,26/7/2022