Breaking News

ଜୁଆଖେଳ ଉପରେ ପୋଲିସ ଚଢ଼ାଉ : ୬ ଗିରଫ , ୩୦ ହଜାର ଟଙ୍କା ଜବତ

Police raid gambling house: 4 arrested, 30,000 rupees seized.

ଭଞ୍ଜନଗର - ଜୁଆଖେଳ ଚାଲିଥିବା ବେଳେ  ଭଂଜନଗର ଥାନା ପୋଲିସ କୈାଣସି ସୁତ୍ରରୁ ଖବର ପାଇ  ଚଢ଼ାଉ କରିଥିଲେ ।  ସେଠାରୁ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ  ୩୦ ହଜାର ୫୨୦ ଟଙ୍କା ଓ ୫ ଟି ମୋବାଇଲ ଜବତ କରିଛି ପୋଲିସ  । ଭଂଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗାଁ ନିକଟ ଏକ ପରିତ୍ୟକ୍ତ ଘରେ ଚାଲିଥିଲା ଜୁଆଖେଳ । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ  ଭଞ୍ଜନଗର ଥାନା ପୋଲିସ ସଦଳବଳେ , ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ବିଭିନ୍ନ ସମୟରେ ଗଂଜାମ ଜିଲ୍ଲାରେ  ଲୁଚା ଚୋରାରେ  ଜୁଆଖେଳ ଚାଲୁଛି । ଏହାକୁ ରୋକିବା ପାଇଁ ଗଂଜାମ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଚଢ଼ାଉ ଜାରି ରହିଛି । ତଥାପି କିଛି ଅଭ୍ୟସଗତ ଜୁଆଡି ଙ୍କ ମାନସିକତା ରେ ପରିବର୍ତ୍ତନ ଆସୁନଥିବା ଦେଖିବାକୁ ମିଳୁଛି । ତେବେ କୈଣସି ପରିସ୍ଥିତିରେ ମଧ୍ୟ ଜୁଆଖେଳ କୁ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ସଂପୃକ୍ତ ଜୁଆଡିଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୁଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୭/୨୦୨୨---୧୧,୧୦ Sakhigopal News,17/7/2022

Blog Archive

Popular Posts