Breaking News

କେନ୍ଦ୍ର ଗ୍ରାମୀଣ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସତ୍ୟବାଦୀରେ ସ୍ୱାଗତ ; ବିଜେପି କର୍ମୀ ମାନଙ୍କୁ ଗୁରୁମନ୍ତ୍ ଦେଲେ ମନ୍ତ୍ରୀ

Welcome to Union Rural Food Supply Minister; Minister congratulated BJP workers.


ସାକ୍ଷୀଗୋପାଳ---- କେନ୍ଦ୍ର ଗ୍ରାମୀଣ ଖାଦ୍ୟ ଯୋଗାଣ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ  ସତ୍ୟବାଦୀରେ ହଜାର ଜହାର ସଂଖ୍ୟାର ମହିଳା ଓ ପୁରୁଷ ମାନେ ହୁଳହୁଳି ଓ ଜୟ ଭାତର ମାତାକି ଜୟ, ଜୟ ଜଗନ୍ନାଥ, ଜୟ ସାକ୍ଷୀଗୋପିନାଥ ଡାକାର ଦେଇ ସ୍ୱାଗତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ପୁରୀ ଯିବା ସମୟରେ କିଛି ସମୟ ପାଇଁ  ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣ ମଣ୍ଡପ ପରିସରରେ ଅନୁଷ୍ଠିତ ସଭାରେ ବିଜେପି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।  ମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିବା ଆଗରୁ ଭାରତ ମାତାକି ଜୟ  କହି  କେନ୍ଦ୍ର ମନ୍ତ୍ରୀ  ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆବାସଯୋଜନା ପ୍ରଦାନ କରୁଛନ୍ତି । ତାହାକୁ ଓଡିଶା ରାଜ୍ୟ ସରକାର ସଠିକ ଭାବେ ପାଳନ ନ କରି ବିଜୁ ବାବୁଙ୍କ ନାମରେ କରିଛନ୍ତି ।  ଓଡିଶା ସରକାର ନିଜ ନାମ ଲେଖୁଥିବା ବେଳେଗୋଟିଏ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ନାମ ଲେଖାନାହିଁ ବୋଲି କହିଥିଲେ । ସେହିପରି  ବିଜେପି ସଭାକୁ ଆସିଥିବା  କିଛି ମହିଳା ୬ ମାସ ହେବ କେନ୍ଦ୍ର ସରକାର କାହିଁକି ଗହମ ଦେଉନାହାନ୍ତି ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ।  ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ୨୦୨୪ରେ ପୁରୀ ଲୋକସଭା ଆସନରେ ପଦ୍ୱଫୁଲ ଫୁଟିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶିଷ ପଟ୍ଟନାୟକ, ଲୋକସଭା ପ୍ରଭାରୀ ଅମୀଶ ଦାଶ, ରେଖାଶ୍ରୀ ସାମନ୍ତସିଂହାର, କୃଷ୍ଣଚନ୍ଦ୍ର ଜଗଦେବ, ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ଲୋକସଭା ସଂଯୋଜକ ଶଙ୍କର ପରିଡା ପ୍ରମୁଖ ଯୋଗଦେଇଥିଲେ । ଓମ ପ୍ରକାଶ ମିଶ୍ର ସଭାକୁ ସଯୋଜନା କରିଥିଲେ ।  ସତ୍ୟବାଦୀ ବ୍ଳକର ଜିଲ୍ଲାପରିଷଦସଭ୍ୟ ରତିକାନ୍ତ ମିଶ୍ର, ଜୟପୁର ସମିତିସଭ୍ୟ ଦୀପକ ଶତପଥୀଙ୍କ ସହିତବିଭିନ୍ନ ପଞ୍ଚାୟତର ପୂର୍ବତନ ଓ ନୂତନ ସରପଞ୍ଚ ଓ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୦୨୨-----୫,୫୫               Sakhigopal News, 29/7/2022

Blog Archive

Popular Posts