Breaking News

ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି



ଜଟଣୀ :-ରାସ୍ତା ବିବାଦକୁ ନେଇ ସମ୍ବାଦିକକୁ ଆକ୍ରମଣ l ସୂଚନା ମୁତାବକ ସ୍ଥାନୀୟ ରାଜାବଜାର ଅଂଚଳରେ ବସବାସ କରୁଥିବା ଅମର ମହାନ୍ତି ଓରଫ କାଳିଆ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ନିୟୁଜ-୭ ସାମ୍ବାଦିକ ଶ୍ରୀକାନ୍ତ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି l ଏହି ଘଟଣା ଜଗନ୍ନାଥ ଜମିଜମା ମାମଲା ଅଟେ l ଏହି ମାମଲା ଅମର ମହାନ୍ତି ଏବଂ କାଳିଆ ପ୍ରଧାନଙ୍କ ମଧ୍ୟରେ ରାସ୍ତାକୁ ନେଇ ବିବାଦ ଉପୁଜି ମାମଲା କୋର୍ଟରେ ସବଜୁଡ଼ିସିଆଲ ଅଛି l ଏହି ବାବଦରେ ସ୍ଥାନୀୟ ତହସିଲଦାର କିମ୍ବା ପୌରପ୍ରଶାସନ ଜ୍ଞାତ ସାରରେ ନ ଥିବା ପ୍ରକାଶ ପାଇଛି l କିନ୍ତୁ ଅମର ମହାନ୍ତି କିଛି ଜଗନ୍ନାଥ ମଦିର କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ, ପୌରପ୍ରଶାସନର କିଛି ଅସାଧୁ କର୍ମଚାରୀ ଏବଂ ସ୍ଥାନୀୟ କୁଜି ନେତା ଯାହାକି ଜଣେ ସବୁ କ୍ଷେତ୍ରରେ ଥାନା ଦଲାଲ ବୁଲୁଥିବା ବ୍ୟକ୍ତିକୁ ହାତକରି ମିଛ ପ୍ରମାଣ ପତ୍ର ଦର୍ଶାଇ ଉକ୍ତ ଜମି ଉପରେ ବାହୁ ବଳ ଦେଖାଇ ଆଜି ଦିନ ୧୧ ଘଟିକା ସମୟରେ ନିଜ ଘରକୁ ଯିବାଆସିବା କରିବାପାଇଁ କାଳିଆ ପ୍ରଧାନ ର ଆବଦ୍ଧ ପାଚେରୀକୁ ଅନଧିକାର ଭାବେ ଭାଙ୍ଗିବାକୁ ଲାଗିଲେ । ଏହି ଘଟଣାକୁସାମ୍ବାଦିକ ଶ୍ରୀକାନ୍ତ  ବିରୋଧ କରିବାରୁ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରି ସାମ୍ବାଦିକ ଶ୍ରୀକାନ୍ତ ପ୍ରଧାନକୁ ଆକ୍ରମଣ କରିଥିଲେ l ଯାହା ଫଳରେ ସାମ୍ବାଦିକ ଭାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଜଟଣୀ ଥାନାରେ ଅନେକ ଗଣମାଧ୍ୟମ ସମ୍ମୁଖରେ ଏକ ଲିଖିତ ଅଭିଯୋଗ କରିଥିଲେ l କାଳିଆ ପ୍ରଧାନଙ୍କ କହିବା ଅନୁଯାଇ ଏହି ମାମଲା କୋର୍ଟରେ ସବଜୁଡ଼ିସିଆଲ ଅଛି l ଯେଇଁ ସମୟରେ ଅମର ମହାନ୍ତିଙ୍କ ଘର ସାମ୍ମନାରେ ଖାଲି ଥିବା ଜଗନ୍ନାଥ ଜମିରେ ଜଗନ୍ନାଥ ପ୍ରଶାସନ ତରଫରୁ ଏକ ତହସିଲ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ହେବାକୁ ଲାଗିଲା କାର୍ଯ୍ୟାଳୟର ସୁରକ୍ଷା ନିମନ୍ତେ ସୁରକ୍ଷା ପାଚେରୀ ନିର୍ମାଣ ଚାଲିଲା । ସେହି ସମୟରେ ଆଉ ଅମର ମହାନ୍ତି ଘରକୁ ଯିବା ଆସିବା ପାଇଁ ରାସ୍ତା ନ ଥିବାରୁ ଗଳା ରାସ୍ତା ପାଇଁ ଅମର ମହାନ୍ତି ଏବଂ ଶ୍ରୀକାନ୍ତ ପ୍ରଧାନ ମଧ୍ୟରେ ବିବାଦ ଉପୁଜିବାରୁ ମାମଲା ଯାଇ କୋର୍ଟରେ ପହଁଚିଲା l ମାମଲାଟି କୋର୍ଟରେ ସବ ଜୁଡ଼ିସିଆଲ ରହିଲା l ଏବଂ ଅମର ମହାନ୍ତିକୁ ତିନି ମାସ ମଧ୍ୟରେ ନିଜ ବ୍ୟବସ୍ଥା କରିବା ପାଇଁ ପ୍ରଶାସନର ନିର୍ଦେଶ ଥିଲା l ଏହି ବାବଦରେ ଅମର ମହାନ୍ତି ଆପଶ ବୁଝାମଣା ବାଟ ନ ଖୋଜି ନିଜ ଜିଦରେ ଅଟଳ ରହିଲେ l ବର୍ତ୍ତମାନ ଯେତେବେଳେ ଜଗନ୍ନାଥ ପ୍ରଶାସନ ନିଜର ସୁରକ୍ଷା ପାଚେରୀ ନିର୍ମାଣ କରିବାରୁ ମୁଖ୍ୟ ରାସ୍ତାଟି ବନ୍ଦ ହେବାରୁ କିଛି ବାଟ ନ ପାଇ ଶ୍ରୀକାନ୍ତ ପ୍ରଧାନଙ୍କ ନିଜସ୍ୱ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ ସମୟରେ ଶ୍ରୀକାନ୍ତ ପ୍ରଧାନ ବିରୋଧ କରିବାରୁ ପରିବାର ସହ ଆକ୍ରମଣ କରିଛନ୍ତି l ଏଠି ପ୍ରଶ୍ନ ଉଠେ ନିକଟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଥାଇ କେଉଁ ସାହସରେ ବେନିୟମ ଭାବେ ଜଗନ୍ନାଥ ଜମିରେ ଚାରି ମହଲା ବିଶିଷ୍ଟ କୋଠା ଅମର ମହାନ୍ତି ନିର୍ମାଣ କଲେ l ଏହି କୋଠା ନିର୍ମାଣରେ ମନ୍ଦିର ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ଉତ୍କଚ ନେଇ ଆଖିବୁଜି ନାହାଁନ୍ତି ତ l ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ସାମ୍ବାଦିକଙ୍କୁ କେତେଦୂର ନ୍ୟାୟ ଦେଇପାରିବ ତାହା ଦେଖିବାକୁ ବାକି ରହିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୫/୨୦୨୫----୧୦,୨୫ Sakhigopal News,20/5/2025

Blog Archive

Popular Posts