ଠାକୁରଙ୍କ ଘର ଭାଙ୍ଗିଦେଲେ କାମ କଲେନାହିଁ ; ଏବେ ପଲିଥିନି ତଳେ ପୂଜା ପାଉଛନ୍ତି ଠାକୁରାଣୀ
Demolition of Thakur's house did not work; Now the choir is worshiping under the sand
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତକୁ ବିଧାୟକ ତାଙ୍କ ଉନ୍ନୟନ ପାଣ୍ଠିରୁ ଡୁଗୁରେଇ ଠାକୁରାଣୀ ମନ୍ଦିର ନିର୍ମାଣ ଓ ଗତିଶ୍ୱର ମହାଦେବଙ୍କ ମନ୍ଦିରରେ ମାର୍ବଲ କାର୍ଯ୍ୟ କରିବା ପାଇଁ ଅର୍ଥ ମଞ୍ଚୁର ହୋଇଥିଲା । ଏହି କାର୍ଯ୍ୟ ଦେଶ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନାମରେ ବ୍ଳକ ପକ୍ଷରୁ ୱାର୍କ ଅର୍ଡର କରାଯାଇଥିଲା । କାମ ଆରମ୍ଭରୁ ପୂଜକ ଓ ଠିକାଦାରଙ୍କ ମଧ୍ୟରେ ମନାନ୍ତର ଦେଖାଯାଇଥିଲା । ଯାହାକୁ ନେଇ ସତ୍ୟବାଦୀ ଥାନାରେ ପୂଜକ ମାନେ ଏକ ଅଭିଯୋଗ କରିଥିଲେ । ୨୪ା୧୨ା୨୦୨୧ରେ ଗ୍ରାମବାସୀ ,ଦେଶକମିଟ. ପୂଜକ ଓଠିକାଦାର ମାନଙ୍କ ମଧ୍ୟର ଏକ ବୁଝାମଣା ହୋଇଥିଲା । ଡୁଗୁରେଇ ଠାକୁରାଣୀଙ୍କ କାମ ପୂଜକ ଓ ଦେଶ କମିଟିର ତତ୍ୱବଧାନରେ ଠିକାଦାର କରିବେ । ସେହିପରି ଗତିଶ୍ୱର ଦେବଙ୍କ କାମ ମଧ୍ୟ ସେହିପରି କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା । ମାତ୍ର ଗ୍ରାମରେ ଥିବା ଠାକୁରାଣୀଙ୍କ ଘର କାମ ନାମରେ ଭାଙ୍ଗିଦେଲେ ଏବେ ଠିକାଦାର କାମ କରିବାର ନ୍ୟା ଗନ୍ଦ ଧରୁନାହାନ୍ତି । ଯାହା ଫଳରେକି ଦୁଇ ବର୍ଷରୁ ଅଧିକ ଦିନ ହେବ ଠାକୁରାଣୀ ସେହି ଭଙ୍ଗା ଘରେ ପଲିଥିନି ତଳେ ପୂଜା ପାଉଛନ୍ତି । ଯାହାକୁ ନେଇ ଗ୍ରାମରେ ଅଶାନ୍ତି ଦେଖାଯାଇଛି । ପୂଜକ ଓ ଠିକାଦାର ମଧ୍ୟରେ କଳି ମାତ୍ର ଦଣ୍ଡ ପାଉଛନ୍ତି ଠାକୁରାଣୀ ବୋଲି ଗ୍ରାମର ବୁଦ୍ଧିଜୀବୀ ମାନେ କହନ୍ତି । ଏ ସମ୍ପର୍କରେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସେକହନ୍ତି ଯେଉଁ ବ୍ୟକ୍ତିଙ୍କ ନାମରେ ୱାର୍କ ଅର୍ଡର ରଦ୍ଧ କରାଯାଇ ନୂତନ ଲୋକଙ୍କ ନାମରେ ୱାର୍କ ଅର୍ଡର କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସେ ଯାହା କିଛି ହେଉନା କାହିଁକି ପଳିଥିନ ତଳେ ପୂଜା ପାଉଥିବା ଠାକୁରାଣୀଙ୍କ ଭାଗ୍ୟ କେବେ ପରିବର୍ତ୍ତନ ହେବ ତାହା ଦେଖିବାକୁ ରହିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୭/୨୦୨୨---୪,୨୦
Sakhigopal News, 28/7/2022