ଧାନ ବିକ୍ରୟ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ କରିବା ପାଇଁ ପ୍ରଚାର ରଥ ଗଡିଲା
Prakhari Rath was run to register the name of farmers for sale of paddy
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ପାଇଁ ଚାଷୀ ନାମ ପଞ୍ଜୀକରଣ କରିବା ପାଇଁ ଏକ ପ୍ରଚାର ରଥ ବାହାରିଛି । ଏହି ରଥ ସତ୍ୟବାଦୀ ବ୍ଳକ, କଣାସ, ଡେଲାଙ୍ଗ, ପିପିଲି ଆଦି ବ୍ଳକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିବା ସହ ଚାଷୀ ମାନଙ୍କୁ ସଚେତନତା କରାଇବ ବୋଲି ଜଣାପଡିଛି । ଚାଷୀ ମାନେ ଜନସେବା କେନ୍ଦ୍ର କିମ୍ବା ସମବାୟ ସମିତିରେ ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିବେ । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହି ରଥକୁ ଶନିବାର ଦିନ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟର ହିସାବ ନିରିକ୍ଷକ ଜଗତଜ୍ୟୋତି ସାହୁ ଓ ସୁରେନ୍ଦ୍ର ଦତ୍ତ ସବୁଜ ପତକା ଦେଖାଇ ପ୍ରଚାର ରଥ ଶୁଭାରମ୍ଭ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୭/୨୦୨୨---୮,୪୦