ଗତିଶ୍ବରଦେବଙ୍କ ପୀଠରେ ଦୁଇ ଶହ ରୁ ଉର୍ଦ୍ଧ୍ବ କାଉଡ଼ିଆ ଭକ୍ତ ଜଳ ଲାଗିକଲେ
More than 200 cowdia devotees poured water on the pedestal of Gatisvara Deva..
ନୟାଗଡ ----ଶ୍ରାବଣ ମାସର ପ୍ରଥମ ସୋମବାର କାଉଡ଼ିଆ ମାନେ ବିଭିନ୍ନ ଶିବ ମନ୍ଦିରରେ କରିଛନ୍ତି ପୂଜାର୍ଚ୍ଚନା। ମାନସିକ ଧାରୀ କାଉଡ଼ିଆ ଭକ୍ତ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ମହାନଦୀବାଲିରେ ଶିବ ଲିଙ୍ଗ ତିଆରି କରିବ୍ରାହ୍ମଣ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ପରେ ସଂକଳ୍ପ କରିଥିଲେ।
ନଦୀରେ ବୁଡି ପାଣି ଭାର ଆଣି ଶିବଙ୍କ ନାମ ଜପ କରି ରାସ୍ତାରେ ଚାଲି ଚାଲି ଶିବ ମନ୍ଦିରରେ ପହଁଚି ଥିଲେ।ତେବେ ମାନସିକଧାରୀ କାଉଡ଼ିଆ,ଜିଲାରବିଭିନ୍ନ ଶୈବପୀଠ ଯାଇଥିବାବେଳେ ଦୁଇଶହରୁଉର୍ଦ୍ଧ୍ବ ମହିଳା ଓ ଯୁବକପାଣି ଭାର ଧରି ବେଣାଗାଡ଼ିଆ ପଞ୍ଚାୟତ ନିକଟ କାଦୁଆ ଗ୍ରାମର ବାବା ଗତିଶ୍ୱରଦେବଙ୍କ ଲିଙ୍ଗଉପରେ ପାଣିଢାଳିଥିଲେ। ମନ୍ଦିର ପୂଜକ ମାନଙ୍କ ଶିବଙ୍କମନ୍ତ୍ର ପାଠରେ ମନ୍ଦିର ପ୍ରକମ୍ପିତ ହୋଇଥିଲା।ରାତିରେ ମନ୍ଦିରରେ ଆଶ୍ରୟ ନେଇଥିବା କାଉଡ଼ିଆ ଭକ୍ତଙ୍କପାଇଁ କାଦୁଆଗ୍ରାମବାସୀଙ୍କ ପକ୍ଷରୁ,ଖାଦ୍ୟପେୟ ବ୍ୟବସ୍ଥା କରାଯାଇ ଥିଲା।କାଦୁଆ ଗ୍ରାମ ବାସୀଙ୍କ ଭାଇ ଚାରା ଓ ଭକ୍ତି ଭାବ ଯୋଗୁ ମନ୍ଦିରର ଉନ୍ନତି ହୋଇ ପାରିଛି।
ନୟାଗଡ ରୁ ନିରଂଜନ ଦାସଙ୍କ ରିପୋର୍ଟ,୧୯/୭/୨୦୨୨---୯,୨୫ Sakhigopal News,19/7/2022