ମାୟା ରାଉତଙ୍କ ପାଇଁ ଆବାସ ପାଲଟିଛି ଉପହାସ, ପଲିଥିନିତଳେ ବିତୁଛିଜୀବନ
Maya Routh's home has become a mockery, a life spent under polythene
ନୟାଗଡ--- ଖଣ୍ଡପଡ଼ା ବ୍ଲକ କିଆଝର ଗ୍ରାମରେ ଆବାସ ଯୋଜନା ଏବେ ଉପହାସ ପାଲଟିଛି ମାୟା ରାଉତଙ୍କ ପାଇଁ । ପଲିଥିନ ଘରେ ମାୟା ରାଉତ ପରିବାରଙ୍କ
ବିତୁଛି ଜୀବନ। ବିପଦ ସଙ୍କେତ ଅବସ୍ଥାରେ ମାୟା ରାଉତଙ୍କ ପରିବାର ସଦସ୍ୟ ମାନେ ରହୁଛନ୍ତି ।
ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ,ବାସହୀନ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନାରେ ସରକାର ଘର ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି । ବାସ୍ତବ କ୍ଷେତ୍ରରେ ଏହା କେତେଦୂର କାର୍ଯ୍ୟ କାରୀ ହେଉଛି ଏହା ମାୟା ରାଉତଙ୍କ କ୍ଷେତ୍ରରେହିଁ ଜଳ ଜଳ ହୋଇ ଦିଶୁଛି। ଭଲକରି ଏହି ଘରର ଦୃଶ୍ୟକୁ ଦେଖନ୍ତୁ।ଏ ହେଉଛି,ମାୟା ରାଉତଙ୍କଘର । ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକଅନ୍ତର୍ଗତ କିଆଝର ଗାଁରେ।ମାୟା ରାଉତ ବାସକରୁଥିବା ବେଳେ ସ୍ୱାମୀ ଦୀର୍ଘ5ବର୍ଷ ହେଲା ମୃତୁ ବରଣ କରିଛନ୍ତି। ତେବେମାୟା ରାଉତ ଘର ଖଣ୍ଡିଏ କରିବା ପାଇଁ ପାଖରେ ଅର୍ଥ ସମ୍ବଳ ନଥିବା ଯୋଗୁ ଘର ଖଣ୍ଡିଏ କରିପାରି ନାହାନ୍ତି।ଫଳରେ ଭଙ୍ଗା ଝାଟି ମାଟି ଓ ପଲଥିନି ଘରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆବାସ ଯୋଜନାରେ ଘର ଟିଏ ପାଇବା ପାଇଁ ମାୟା ରାଉତ ପଂଚାୟତଠାରୁ ଆରମ୍ଭ କରି ଖଣ୍ଡପଡ଼ା ବିଡ଼ିଓ ଓ ନୟାଗଡ ଜିଲା ପାଳଙ୍କ ଜନଶୁଣାଣିରେ ଗୁହାରି କରିଛନ୍ତି । କିନ୍ତୁ ଖାଲି ତାଙ୍କୁ ମିଳିଛି ମିଥ୍ୟା ଆଶ୍ୱାସନା ମିଳିବା ଛଡା ଆଉକିଛି ମିଳି ନାହିଁ। ଖଣ୍ଡପଡ଼ାବ୍ଲକ ରେ ବିଡ଼ିଓ ଙ୍କ ପରେ ବିଡ଼ିଓ ଆସି ବଦଳିଲେଣି କିନ୍ତୁ ମାୟା ରାଉତ ପଲିଥିନ ଘରଟିର ଅବସ୍ଥା ବଦଳୁନାହିଁ । ଦିନରେ ସୂର୍ଯ୍ୟ ଏବଂ ରାତିରେ ଜହ୍ମ ଓ ତାରା ଘର ଭିତରକୁ ଦିସୁ ଥିବାବେଳେ ଘର ଭିତରକୁ ବିଷାକ୍ତ ସାପ ମଧ୍ୟ ପ୍ରବେଶ କରିଥାନ୍ତି।ଭଗବାନ ଙ୍କ ଭରସାରେ ମାୟା ରାଉତଙ୍କ ଏହି ଗରିବ ବିଧବା ମହିଳାଙ୍କ ଦିଗରେ ବଡବଡ଼ିଆ ବାବୁଙ୍କ କେବେ ଦୃଷ୍ଟିପଡିବ ଓ ମାୟାରାଉତ ଆବାସ ଘରଖଣ୍ଡିଏ କେବେ ପାଇବେ ତାହା ଦେଖିବାକୁ ବାକି ରହିଲା।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୭/୨୦୨୨-----୧୦,୨୦ Sakhigopal News,16/7/2022
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୭/୨୦୨୨-----୧୦,୨୦ Sakhigopal News,16/7/2022