ଜଟଣୀ ବାର ଆସୋସିଏସନର ବିଦାୟ କାଳୀନ ସଭା
Farewell meeting of Jatni Bar Association.
ଜଟଣୀ ---ଆଜି ସ୍ଥାନୀୟ ଜେ. ଏମ. ଏଫ. ସି. କୋର୍ଟ ପରିସରରେ ଥିବା ଜଟଣୀ ବାର ଆସୋସିଏସନ ହଲରେ ବିଦାୟୀ ଜେ. ଏମ. ଏଫ. ସି. ମାଡାମ ସମ୍ମାନୀୟା ଶ୍ରୀମତୀ ଧୃବି ସୋଲାଙ୍କି ପାଇଁ ଏକ ବିଦାୟୀ କାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜଟଣୀ ବାର ଆସୋସିଏସନର ସଭାପତି ନିରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିଲେ । ଉକ୍ତ ସଭାକୁ ଆସୋସିଏସନର ସମ୍ପାଦକ ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ସଭାକୁ ପାଳିଚଳନା କରିଥିଲେ । ଏଥିରେ ବହୁ ଆଇନଜୀବୀ ବୀରେନ୍ଦ୍ର ପଟ୍ଟନାୟକ, ଶୈଳେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର କୁମାର ନାୟକ, ସୁବାସ ରଥ, ସାନୁଜ ମିଶ୍ର, ଉମେଶ ଚନ୍ଦ୍ର ମିଶ୍ର, ଶୁଭ୍ରାଂଶୁ ଜେନା, ଅକ୍ଷୟ କୁମାର ଦାସ ଏବଂ ସୁନୀଲ ରଥ ପ୍ରମୁଖ ତାଙ୍କର ବିଦାୟୀ କାଳୀନ ବକ୍ତ୍ୟବ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଉଚ୍ଚନ୍ୟାୟଳୟ ଦ୍ୱାରା ସମ୍ମାନିତ ହୋଇଥିବା "ପ୍ରମିସିଙ୍ଗ ଲୟେର 'ପାଇଁ ଶ୍ରୀମତୀ ଋଷିକୁଲ୍ୟା ସମନ୍ତରାୟଙ୍କୁ ବାର ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଜଟଣୀ ତଥା ଖୋର୍ଦ୍ଧାର ବହୁ ଖବର ଦାତା ପ୍ରତିନିଧି ମାନଙ୍କ ସହ ବହୁ ସଂଖ୍ୟାରେ ଆଇନଜୀବୀ ମାନେ ଯୋଗଦାନ ଦେଇଥିଲେ । ପରିଶେଷରେ ବାର ଆସୋସିଏସନର କାର୍ଯ୍ୟକାରୀ ସଦସ୍ୟ ଆଡ଼ଭୋକେଟ ରବି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୭/୨୦୨୨----୯,୧୦ Sakhigopal News,29/7/2022