ବିଶ୍ବାସ ଘାତକ ସାଜିଥିଲା ଦୋକାନ ବୟ , ଧରାପକାଇଲା ସିସିଟିଭି
The store was dressed as a killer, captured by CCTV.
ଭଞ୍ଜନଗର – ସିସିଟିଭି ଧରାପକାଇଲା ଚୋରି ଘଟଣା । ପୋଲିସ ଦ୍ବାରା ଗିରଫ ହେଲେ ଅଭିଯୁକ୍ତ । ଉଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ । ନିଜ ଜିନିଷ ଫେରିପାଇଲେ ଦୋକାନ ମାଲିକ । ସୁଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ, ଭଞ୍ଜନଗର ସହରରେ ହୋଇଥିବା ବଡଧରଣର ଚୋରିଘଟଣାର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ । ଗତ ୨୨ ତାରିଖ ରାତିରେ ଭଞ୍ଜନଗରର ସହରରେ ଥିବା କାଞ୍ଚନ ମୋବାଇଲ ଦୋକାନର କବାଟ ଭାଙ୍ଗି ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମୋବାଇଲ୍ ଏବଂ ବିଭିନ୍ନ ଦାମୀ ସାମଗ୍ରୀ ଚୋରି କରିଥିଲେ ଦୁର୍ବୃତ୍ତ । ଏନେଇ ଦୋକାନ ମାଲିକ ଭଂଜନଗର ଥାନା ରେ ଅଭିଯୋଗ କରିଥିଲେ । ଦୋକାନ ରେ ଲାଗିଥିବା ସିସିଟିଭି ଆଧାର ରେ , ଦୁଇଜଣ ଲୁଟେରା ସାମିଲ ଥିବା ଜଣାପଡିଥିଲା । ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଘଟଣାରରେ ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ହୋଇଥିବା ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ । ପରେ ସଂପୃକ୍ତ ଦୋକାନ ମାଲିକଙ୍କୁ ଉଧାର ସାମଗ୍ରୀ ଫେରାଇଥିଲା ପୋଲିସ । ତେବେ ଉକ୍ତ ଘଟଣାରେ ସଂପୃକ୍ତ ଦୋକାନ ରେ କାମ କରୁଥିବା ଜଣେ ଯୁବକ ରହିଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର । ଠିକଣା ସମୟରେ ଭଂଜନଗର ପୋଲିସ ର କାର୍ଯ୍ୟାନୁଷ୍ଠାନ ଏବଂ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସାମଗ୍ରୀ ଫେରି ପାଇଥିବା ଯୋଗୁଁ ଭଂଜନଗର ପୋଲିସ କୁ ଧନ୍ୟବାଦ ଜଣାଇଛନ୍ତି ଦୋକାନ ମାଲିକ ଶୁକାନ୍ତ । ଅନ୍ୟପକ୍ଷରେ ଉକ୍ତ ଘଟଣାରେ ଦୋକାନରେ ଲାଗିଥିବା ସିସିଟିଭି ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇପାରିଲା ବୋଲି ଥାନାଧିକାରୀ ଧୀରେଶ କୁମାର ଦାସ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୭/୨୦୨୨----୧୦,୨୦

Sakhigopal News,30/7/2022