Breaking News

ସରକାରଙ୍କ ନୀତି ନିୟମର ଖୋଲାଖୋଲି ଉଲଙ୍ଗନ ; ନିମ୍ନ ମାନର କାମ କରୁଛି ଭଗବତୀ କନଷ୍ଟ୍ରକକସନ କମ୍ପାନୀ ,ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା

Blatant violation of government policy; Bhagwati Construction Company, a departmental official, is doing substandard work.



 ବାଙ୍କୀ----- ବାଙ୍କୀ ଗୋପୀନାଥ ପେଟ୍ରୋଲ ପମ୍ପ ଠାରୁ ତୁଳସୀପୁର ଶିଶୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ନେଇଛି ଭଗବତୀ କନଷ୍ଟ୍ରକକସନ କମ୍ପାନୀ । ନିର୍ଧାରିତ ସମୟ ମଧ୍ୟରେ ଉକ୍ତ କାର୍ଯ୍ୟ ସମ୍ପାଦନ କରିବା କଥା । ଜୁନ ମାସ ୧୫ ତାରିଖ ସୁଦ୍ଧା ସମସ୍ତ କଲଭର୍ଟ ଗୁଡିକର କାମ ସାରିବା କଥା । କିନ୍ତୁ ଖରାଦିନେ କାମ ନକରି ଉକ୍ତ କଲଭର୍ଟ ଗୁଡିକ ଭାଙ୍ଗି ବର୍ଷା ଦିନରେ କାମ କରୁଥିବାର ନଜରକୁ ଆସୁଛି । ବର୍ଷା ଦିନେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମଝିରେ ବର୍ଷା ଜଳ ଜମି କୃତ୍ରିମ ହ୍ରଦ ସୃଷ୍ଟି କରିବାରୁ ପଥଚାରୀ, ଗାଡ଼ି ଚାଳକମାନେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତା ନିର୍ମାଣ ଯୋଗୁଁ ଗାଡି ଚାଳକଙ୍କୁ ସତର୍କ କରିବା ପାଇଁ କୌଣସି ସାଙ୍କେତିକ ସୂଚନା ମଧ୍ୟ ନାହିଁ । ଜୁଲାଇ ମାସରେ କଲଭର୍ଟ କାମ ଅତି ତରବରିଆ ଭାବରେ କରାଯାଉଥିବାରୁ ଏହା ଅତି ନିମ୍ନ ମାନର କାମ କରାଯାଉଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ରାସ୍ତାର ଦୁଇପାର୍ଶ୍ବରେ କରାଯାଇଥିବା ଡ୍ରେନେଜ ଗୁଡିକ ନିମ୍ନ ମାନର ଯୋଗୁଁ ଏହା କିଛି ଯାଗାରେ ଭାଙ୍ଗି ମଧ୍ୟ ଗଲାଣି । ରାସ୍ତା  ଢଳେଇଗୁଡିକ ନିମ୍ନ ମାନର ଯୋଗୁଁ ରାସ୍ତାସାରା ଫାଟି ଆଁ କଲାଣି । ଢ଼ଂସର ପଞ୍ଚାୟତର ରଘୁନାଥଙ୍କ ମନ୍ଦିର ନିକଟରେ ଗତ ଜୁଲାଇ ମାସ ୧୫ ତାରିଖରେ ଢଲେଇ ପଡିଥିବା କଲଭର୍ଟଟି ଫାଟି ଆଁ କରିଛି । ସମତଳ ପରିବର୍ତ୍ତେ ରାସ୍ତାର ପଶ୍ଚିମରୁ ପୂର୍ବକୁ ଢାଲୁ ହୋଇଛି ।ଏହାକୁ ଘୋଡେଇବା ପାଇଁ ତାକୁ ରାତାରାତି ମରାମତି କରାଯାଇଥିବାର ଅଭିଯୋଗ ହେଉଛି  । ଏପରିକି ବର୍ଷା ଅଧିକ ହେଲେ ବିଭାଗିୟ ଅଧିକାରୀ ମାନଙ୍କୁ ହାତ କରି ଧୋଇ ଯିବା ନାମରେ ବିଲ କରି ଟଙ୍କା ଲୁଟି ନେବାକୁ ଏକ ଉଦ୍ୟମ ହେଉଛି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି ।  ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବା ସହିତ , ନିମ୍ନ ମାନର କାମ କରି ,ଜନସାଧାରଣଙ୍କ ଅର୍ଥକୁ ହରିଲୁଟ କରିବା ସହିତ ଲୋକମାନଙ୍କ ଧନଜୀବନ ସହ ଖେଳଖେଳୁଥିବା କମ୍ପାନୀକୁ କଳାତାଲିକାଭୁକ୍ତ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨----୯,୪୦    Sakhigopal News,18/7/2022

Blog Archive

Popular Posts