Breaking News

ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ



ଜଟଣୀ :
ଜଟଣୀ ତହସିଲ ଅଧିନ ଜାମୁକୋଳି ଅଞ୍ଚଳରେ ଏବେ ଅସାମାଜିକ ଓ ମୋରମ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି |ସରକାରୀ ଜମି ଜବରଦଖଲ, ଦାଦାବଟି, ମୋରମ ଚାଲାଣ ଭଳି ବେଆଇନ କାର୍ଯ୍ୟରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି । ଏଥିରେ ତହସିଲ କାର୍ଯ୍ୟାଳୟ ର ଅଧିକାରୀ ସାମିଲ ରହିଛନ୍ତି ବୋଲି ଜଣ ସାଧାରଣ କହନ୍ତି ।ଦିନ ଦ୍ୱିପହରେ ରାସ୍ତା ଉପରୁ ମୋରମ ତାଡି ବିକିବା ବେଳେ ମାଡ଼ି ବସିଛି ଏୟାରଫିଲଡ ପୋଲିସ |ଘଟଣା ଅନୁଯାୟୀ ଗତ କିଛି ମାସ ହେଲାଣି ଜଟଣୀ ସୁନ୍ଦରପଦା ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଛି |୪ ଲେନ ବିଶିଷ୍ଟ ରାସ୍ତା ତିଆରି ପାଇଁ ମୋରମ, ମେଣ୍ଟାଲ, ବାଲି, ଚିପ୍ସ ଇତ୍ୟାଦି ରାସ୍ତା ଉପରେ ପକାଯାଉଛି |ବର୍ଷା ଆସିବା ପୂର୍ବରୁ ରାସ୍ତା କାମ ସାରିବାକୁ ବିଭଗୀୟ ନିର୍ଦ୍ଦେଶ ରହିଛି |ତେବେ ଏହି ରାସ୍ତାରୁ କିଛିଦିନ ହେବ ଦୁର୍ବୁତ୍ତ ମାନେ ମୋରମ , ମେଣ୍ଟାଲ ସବୁ ଚୋରି କରୁଥିବାର ଦେଖିବାକୁ ମିଳିଥିଲା |ଆଜି ଜାମୁକୋଳି ଛକ ଠାରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ରାସ୍ତା ଉପରୁ ଜେସିବି ଲଗାଇ ମୋରମ ତାଡି ୨ଟି ଟ୍ରାକ୍ଟରରେ ବିକୁଥିବା ବେଳେ ଏୟାରଫିଲଡ ପୋଲିସ ମାଡ଼ି ବସିଥିଲା |ପୋଲିସକୁ ଦେଖି ମୋରମ ଚୋରି କରୁଥିବା ଅସାମାଜିକ ମାନେ ସେଠାରୁ ଚମ୍ପଟ ମାରିଥିଲେ |ଗୋଟିଏ ଟ୍ରାକ୍ଟର ମଧ୍ୟ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା |ତେବେ ଘଟଣା ସ୍ଥଳରୁ OD02BT5439 ନମ୍ବର ବିଶିଷ୍ଟ ଜେସିବି ଓ OR02BB6813 ନମ୍ବର ବିଶିଷ୍ଟ ଟ୍ରାକ୍ଟରକୁ ଜବତ କରିବା ସହ ଖବର ଲେଖା ହେବା ବେଳକୁ ଏୟାରଫିଲଡ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୫/୨୦୨୫---୯,୧୦ Sakhigopal News,17/5/2025

Blog Archive

Popular Posts