ଆଜାଦୀ କି ରେଲ୍ ଗାଡ଼ି ଔର ଷ୍ଟେସନ' ସ୍ମରଣୀୟ ସପ୍ତାହ ଉତ୍ସବ ଉଦଯାପିତ
ଜଟଣୀ ---ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା "ଆଜାଦୀ କି ରେଲ୍ ଗାଡ଼ି ଔର ଷ୍ଟେସନ' ସ୍ମରଣୀୟ ସପ୍ତାହ ଉତ୍ସବ ପାଳନ ୧୮ ଜୁଲାଇରୁ ଆରମ୍ଭ ହୋଇ ୨୩ ଜୁଲାଇରେ ଶେଷ ହୋଇଯାଇଛି। ଆଜାଦୀ କି ରେଲ୍ ଗାଡ଼ି ଔର ଷ୍ଟେସନ ସ୍ମରଣୀୟ ସପ୍ତାହ କାର୍ଯ୍ୟକ୍ରମ ହେଉଛି ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଭାରତ ସରକାରଙ୍କ ଦ୍ୱାରା ପାଳନ କରାଯାଉଥିବା "ଆଜାଦୀ କା ଅମୃତ ମହୋତ୍ସବ'ର ଏକ ଅଂଶ । ଆଜାଦୀ କି ରେଲ୍ ଗାଡ଼ି ଔର ଷ୍ଟେସନ ଉତ୍ସବ ପାଳନ ପାଇଁ ଭାରତୀୟ ରେଳପଥରେ ୭୫ ଗୋଟି ଷ୍ଟେସନ ଚିହ୍ନଟ କରାଯାଇଛିା । ଏହି ଉଦେ୍ଦଶ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ତିନି ଗୋଟି ରେଳ ଷ୍ଟେସନ ଅର୍ଥାତ ଖୋର୍ଦ୍ଧା ରୋଡ଼, କଟକ ଏବଂ ସାକ୍ଷୀଗୋପାଳ ଷ୍ଟେସନକୁ ମନୋନୀତ କରାଯାଇଛି ।
ସପ୍ତାହବ୍ୟାପୀ ଉତ୍ସବ ପାଳନ ଅବସରରେ ତିନି ଗୋଟି ରେଳ ଷ୍ଟେସନଠାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନୁକ୍କଡ଼ ନାଟକ, ଦେଶାତ୍ମବୋଧକ ସଙ୍ଗୀତ, ଦେଶାତ୍ମବୋଧକ ନୃତ୍ୟ, ତତ୍କାଳ ପ୍ରଶ୍ନୋତ୍ତର, ସେଲଫି ପଏଣ୍ଟ, ରେଳ ଷ୍ଟେସନ ସାଜ୍ଜସଜ୍ଜା, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଐତିହାସିକ ଅଡିଓ-ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରମୀମାନଙ୍କର ୩ଡି କଟ୍ଆଉଟ୍, ଲାଇଟ୍ ଆଣ୍ଡ ସାଉଣ୍ଡସ କାର୍ଯ୍ୟକ୍ରମ କରାଯାଇଥିଲା । ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନଠାରେ ଉଦଯାପିତ ସମାରୋହର ଶ୍ରୀ ବାସୁଦେବ ପଣ୍ଡା, ପ୍ରମୁଖ ମୁଖ୍ୟ ବିଦ୍ୟୁତ ଯନ୍ତ୍ରୀ, ପୂର୍ବ ତଟ ରେଳପଥ ଏବଂ ଶ୍ରୀ ରିଙ୍କେଶ ରାୟ, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼ ଚାରି ଜଣ ସ୍ୱାଧିନତା ସଂଗ୍ରାମୀ ସେମାନଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ସହୀଦମାନଙ୍କ ବଂଶଧରମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଶ୍ରୀ ବାସୁଦେବ ପଣ୍ଡା କହିଥିଲେ ଯେ, ପୂର୍ବ ତଟ ରେଳପଥର ସମସ୍ତ ବିଭାଗ ଆଜାଦୀ କି ରେଲ ଗାଡ଼ି ଔର ଷ୍ଟେସନର ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଛି । ଭାରତୀୟ ରେଳପଥର ୭୫ ଗୋଟି ରେଳ ଷ୍ଟେସନ ଯାହା ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନର ମହାନ ଇତିହାସ ସହିତ ଜଡିତ, ଏହି ଉଦେ୍ଦଶ୍ୟ ପାଇଁ ଚିହ୍ନଟ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ପରିବାର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆଗୁକୁ ବଢ଼ାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ଦୁଇ ଶହ ବର୍ଷ ପୁରୁଣା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡ଼ିଶାର ଏକ ଗର୍ବ ଅଟେ ।
ଉଦଯାପନ ସମାରୋହରେ ପୂର୍ବ ତଟ ରେଳପଥ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ଏବଂ ରେଳକର୍ମଚାରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କଟକ ଏବଂ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ମଧ୍ୟ ଉଦଯାପିତ ସମାରୋହରେ କଟକରେ ଚାରି ଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ସାକ୍ଷୀଗୋପାଳରେ ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷ ହେବା ପରେ, ସମସ୍ତ ତିନୋଟି ରେଳ ଷ୍ଟେସନ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା କେନ୍ଦୀୟ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୋଇଥିଲେ । ନୂଆଦିଲ୍ଲୀରେ ଠାରେ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ , ଭାରତ ସରକାରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ମାୟାଧର ମଲ୍ଲିକ ଏବଂ ଭାରତୀୟ ରେଳପଥର ବିଭିନ୍ନ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଭିଡିଓ କନ୍ଫରେନସିଙ୍ଗ ମାଧ୍ୟମରେ ଯୋଗାଯୋଗ କରି ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୭/୨୦୨୨ ----୯,୫୦ Sakhigopal News 23/7/2022