ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
ଭଞ୍ଜନଗର:- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଢ଼ିହପଢାଳ ଠାରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ ରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଡ.କମ୍ବୁପାଣି ସାମନ୍ତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ପାଦକ ଶ୍ରୀ ଜ୍ୟୋତିରଂଜନ ବିଷୋୟୀ,ଯୁଗ୍ମ ସମ୍ପାଦକ ଶ୍ରୀ ଗଙ୍ଗାଧର ଦାଶ, ଦକ୍ଷିଣ ପୂର୍ବ ସମ୍ଭାଗ ସମ୍ପାଦକ ଦୀପକ କୁମାର ମହାରଣା ,ପୂର୍ବତନ ସମ୍ପାଦକ ଶ୍ରୀ ପଦ୍ମନାଭ ପ୍ରଧାନ, କନ୍ଧମାଳ ଜିଲ୍ଲା ନିରୀକ୍ଷକ ଶ୍ରୀ ପଦ୍ମନାଭ ସାମଲ,ଉପସଭାପତି ଶ୍ରୀ ଆଦିତ୍ୟ ପ୍ରଧାନ,ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ସଭାପତି ଡ଼. ସାମନ୍ତ ନିଜର ବକ୍ତବ୍ୟ ମାଧ୍ୟମ ରେ ସମସ୍ତ ପ୍ରଶିକ୍ଷାର୍ଥୀ ଗୁରୁଜୀ ଗୁରୁମାଙ୍କୁ ମାର୍ଗଦର୍ଶନ କରିଥିଲେ ।ଏହା ପରେ ନିମନ୍ତ୍ରିତ ଅତିଥି ଅଧିକାରୀ ସ୍ଥାନୀୟ ବିଦ୍ୟାଳୟ ର ଦୁଇଟି ସ୍ମାର୍ଟ ବୋର୍ଡ ର ଶୁଭ ଉଦଘାଟନ କରିଥିଲେ।୧୧ଟି ଶିଶୁ ମନ୍ଦିରରୁ ୧୫୬ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୭/୫/୨୦୨୫---୧୦,୧୦ Sakhigopal News,17/5/2025