Breaking News

ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ


 

ସାକ୍ଷୀଗୋପାଳ,---  ସାକ୍ଷୀଗୋପିନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ ଓ ମା ରାଧାଦେବୀ   ଭଅଣ୍ଡଧୂପ ପରେ ଠାକୁର ଚନ୍ଦନବେଡା ଓ ପଣାଲାଗି ହେବା ପରେ ମନ୍ଦିରରୁ   ନାମସଂକୀର୍ତ୍ତନ ସହ ଘଣ୍ଟ, ଘଣ୍ଟା, କାହାଳୀ, ତେଲିଙ୍ଗିବାଜା ସହ ଛତି, ତ୍ରାସ ବୈରଖ, ଆଲଟ, ଚାମର ସହିତ  ସୁସଜିତ ବିମାନରେ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ । ଚନ୍ଦନପୋଖରୀରେ ଅପେକ୍ଷାରତ ରଙ୍ଗବେରଙ୍ଗ ଫୁଲ ମାଳରେ ସଜ୍ଜିତ ହୋଇ ରହିଥିବା  ଡଙ୍ଗାକୁ ସେବାୟତ ମାନେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ପ୍ରତିଦିନ ଦିନରେ ଗୋଟିଏ ଘେରା ଚାପ ଖେଳ ଅନୁଷ୍ଠିତ ହେଉଥିବା ବେଳେ ଭଉଁରୀ ଦିନରେ ବା ଶେଷ ଦିନରେ ସ୍ୱତନ୍ତ ଚାପନୀତି ଅନୁଷ୍ଠିତ ହୋଇଥାଏ । ଦିନଚାପରେ ତିନିଥର ବୁଲିବା ସହ ପ୍ରତିକୋଣରେ ସାତଘେରା  ଚାପହୋଇଥିଲା । ଦିନ ଚାପ ସରିବା ପରେ  ଠାକୁରଙ୍କୁ ସେବକ ମାନେ ଡଙ୍ଗାରୁ ନେଇ ପ୍ରସ୍ତୁତ ହୋଇ ରହିଥିବା ସୁବାସିତ ଜଳପୂର୍ଣ୍ଣ ଚନ୍ଦନକୁଣ୍ଡରେ ବିଜେ କରାଇଥିଲେ । ରାତିରେ ଚନ୍ଦନ କୁଣ୍ଡରୁ ଠାକୁରଙ୍କୁ  ସିଂହାସନକୁ କାଡିବା ପରେ ଠାକୁରଙ୍କ ନୀତିକାନ୍ତି  ଓ ଜାତଭୋଗ ଅନୁଷ୍ଠିତ ହୋଇଥିଲା ।  ମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନ ମଣ୍ଡପରେ  ଗୋଟି ପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା । ରାତିରେ ପୁନର୍ବାର ଠାକୁରଙ୍କର ସେହିପରି ଚନ୍ଦନ ପୋଖରୀରେ ୭ଘେରା ପ୍ରତି କୋଣରେ ୨୧ ଭଉଁରୀ ଚାପ କରାଯାଇ  ଅନୁଷ୍ଠିତ ହୋଇଥିଲା ।  ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଚନ୍ଦନ ମଣ୍ଡପ, ଯାଗାଘର, ମନ୍ଦିର କାର୍ଯ୍ୟାଳୟ ଓ ଚନ୍ଦନ ପୁଷ୍କରଣୀ ଚତୁପାଶ୍ୱର୍  ସହିତ ପୋଖରୀ ମଧ୍ୟରେ ଥିବା ଦୀପଦାଣ୍ଡିକୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜିତ ହୋଇଥିଲା ।  ଏ ବର୍ଷ  ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ପକ୍ଷରୁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଇଥିବା ବେଳେ ଏହି ଯାତ୍ରାକୁ ସହଯୋଗ କରିଛିଓଡିଆ ଭାଷା ସାହିତ୍ୟ ଓ ଆମ ସଂସ୍କୃତି ବିଭାଗ ।  ଦୁଇ ଦିନ ଧରି ମନ୍ଦିର ସିଂହଦ୍ୱାର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ଦେଖିବା ପାଇଁ ବିଭିନ୍ନ ଆଖପାଖ ଗ୍ରାମରୁ  ଶ୍ରଦ୍ଦାଳୁ ମାନେ ଚାପରେ ଠାକୁରଙ୍କୁ ଦର୍ଶନ କରିଥିଲେ । ଚନ୍ଦନ ପୋଖରୀ ଚତୁପାଶ୍ୱର୍ରେ ବିଭିନ୍ନ ଉଠାଦେକାନୀ ମାନଙ୍କର ଗହଳି ଲାଗିଥିଲା । ବଡଯାଗାଘର ପକ୍ଷରୁ କାଳିଯାତ, ଗାଦିଗୋସେଇଁ , ନାଗା, ବୁଡାବୁଢ଼ି, ଶବର ଶବରୁଣୀ  ଓ ଦୁର୍ଗା ମେଢ଼ ଆଦି ସାହିଯାତ ଅନୁଷ୍ଠିତ ହୋଇଥିଲା । ଚନ୍ଦନପୋଖରୀ ଠାରୁ ମନ୍ଦିର ପର୍ଯ୍ୟନ୍ତ ଗହଳିଚହଳି ଲାଗିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ରାମନାଟ୍ୟ ପରିବେଷଣ କରାଯାଇଥିଲା । ବିଳମ୍ବିତ ରାତିରେ  ମହାପ୍ରଭୁ ବିମାନରେ ବିଜେ କରି ଯାଗାଘର ଓ ମନ୍ଦିର କାର୍ଯ୍ୟାଳୟ ଠାରେ ଖଇ,କୋରା, ଚୁଡାଘଷା, ପଇଡ, ବିଭିନ୍ନ ଫଳମୂଳ ଏପରିକି ଆମ୍ବ, ପଣସ, କଦଳୀ ପନ୍ତି ଭୋଗ ଖାଇ  ମନ୍ଦିରକୁ ଫେରିଥାନ୍ତି  । ଦାୟତ୍ୱରେ ଥିବା ସତ୍ୟବାଦୀ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନେ୍‌ତାଷ ପ୍ରାଣୀଗ୍ରାହି,  ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର , ସେବାୟତ  ସଂଘ ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ପ୍ରମୁଖ ମାନଙ୍କ ସହଯୋଗରେ ଠାକୁରଙ୍କ ଚନ୍ଦନଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ।  ଆସନ୍ତା କାଲି ଚନ୍ଦନ ପୋଖରୀ ନିକଟରେ କିଚକ ବଧ ପର୍ବ ପାଳନ କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୫----୭,୩୦     Sakhigopal News, 19/5/2025

Blog Archive

Popular Posts