ମଥ୍ଯ ପ୍ରଚାରକୁ ପ୍ରତିବାଦ କଲେ ବାଙ୍କୀ ଡମପଡା ଡ୍ରାଇଭର ମହାସଙ୍ଘ
ବାଙ୍କୀ----ଡ୍ରାଇଭର ମହାସଙ୍ଘକୁ ଭାଙ୍ଗିବା ଲକ୍ଷ ନେଇ ଏକ ନିର୍ଦିଷ୍ଟ ୱେବ ଚ୍ୟାନେଲ ସଙ୍ଘର କର୍ମକର୍ତ୍ତା ଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଖବର ପ୍ରସାରଣକୁ ବିରୋଧକରିଛି ସଂଘ । ଏହାକୁ ନେଇ ବାଙ୍କୀ ଡ଼ମପଡା ଠାରେ ବାଙ୍କୀ-ଡମପଡା ଡ୍ରାଇଭର ସଙ୍ଘ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଛି। ରାଜ୍ୟସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା କର୍ମକର୍ତା ମାନେ ସଠିକ ଭାବରେ ସଙ୍ଘ କୁ ପରିଚାଳନା କରୁଥିବାରୁ ମହାସଙ୍ଘକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି। ବାଙ୍କୀ ଶିମିଳି ପୁର ପଞ୍ଚାୟତ ଅଫିସ ଠାରୁ ଏକ ବାଇକ ରାଲି ମାଧ୍ୟମରେ ଡ୍ରାଇଭର ଏକତା ଜିନ୍ଦାବାଦର ସ୍ଲୋଗାନ ଦେଇ କରବର ଠାରେ ଆୟୋଜିତ ହୋଇଥିବା ସଭାସ୍ଥଳୀରେ ପହଞ୍ଚି ଥିଲା । ଡ୍ରାଇଭର ସଙ୍ଘ ସର୍ବଦା ଏକ ବୋଲି ସର୍ବସାଧାରଣ ଏହି ବାର୍ତ୍ତା ଦେଇଛନ୍ତି ଡ୍ରାଇଭର ସଙ୍ଘ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୮/୭/୨୦୨୨---୯,୨୦ Sakhigopal News,18/7/2022