ଡ଼ଃରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ, କଳା ଓ ବୈଷୟିକ ମହାବିଦ୍ୟାଳୟର ପାସ ହାର100ପ୍ରତିଶତ
Dharmachandra Samanthara College of Science, Arts and Technology has a pass rate of 100 percent.
ନୟାଗଡ଼, : ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ବୁଧବାର ୪ ଟା ସମୟରେ ଏହି ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ରେ ଏହା ପ୍ରକାଶ କରାଯାଇଛି। କଳାର ଫଳାଫଳ ଅଗଷ୍ଟ ୮ ରେ ପ୍ରକାଶ ପାଇବ ।ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।ଛାତ୍ରଛାତ୍ରୀ ମାନେ www.orissaresults. nic.in ରେ ରେଜଲ୍ଟ ପ୍ରକାଶ ପାଇଛି। ବିଜ୍ଞାନ ରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଛି। ଵିଜ୍ଞାନ ରେ ମୋଟ ୭୬,୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ କରିଛନ୍ତି। ପୁଅଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ କରିଥିବା ବେଳେ ପାସ ହାର ୯୩.୮୦ପ୍ରତିଶତ ରହିଛି। ସେହିପରି ବାଳିକାଙ୍କ ମଧ୍ୟରୁ ୩୨,୫୧୯ ପାସ ହୋଇଥିବା ବେଳେ ପାସ ହାର ୯୪.୫୨ ପ୍ରତିଶତ ରହିଛି। ସେହିପରି ପ୍ରଥମ ଶ୍ରେଣୀରେ ୫୦,୧୮୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।ଦ୍ଵିତୀୟ ଶ୍ରେଣୀରେ ୧୪,୯୩୨ ଏବଂ ତୃତୀୟ ଶ୍ରେଣୀରେ ୬,୯୧୦ ଜଣ ପାସ ହୋଇଛନ୍ତି। ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଛନ୍ତି। ୩୯୩ ଟି ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦ ପ୍ରତିଶତ ପିଲା ପାସ କରିଛନ୍ତି।ତେବେ ଗଣିଆନିକଟସ୍ଥ ସାମନ୍ତରାୟ ନଗର ଥିବା ଡ଼ଃରାମଚନ୍ଦ୍ର ସାମନ୍ତରାୟ କଳା ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ସତପ୍ରତିସତ ହୋଇଛି।ଏଥିରେ71ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ପ୍ରଥମ ଶ୍ରେଣୀରେ55ଜଣ ଏବଂ ଦ୍ୱିତୀୟ ଶ୍ରେଣୀରେ13ଜଣ ଓ ତୃତୀୟ ଶ୍ରେଣୀ ରେ ତିନିଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ28ଜଣ ଛାତ୍ରଛାତ୍ରୀ ସାହିତ୍ୟରେ90ପ୍ରତିଶତ ରୁ ଉର୍ଦ୍ଧ୍ବ ନମ୍ବର୍ ରଖି ମହାବିଦ୍ୟାଳୟର ସୁନାମ ଅର୍ଜନ କରିଛନ୍ତି।ମହାବିଦ୍ୟାଳୟ ଛାତ୍ର ଆଶୁତୋଷ ରାଉତ 528ନମ୍ବର୍ ରଖି କଲେଜର ଟପର ହୋଇଛନ୍ତି। ସେହିଭଳି ହିମାଂଶୁ ଶେଖର ସାହୁ526,ଅଜୟ କୁମାର ସିଠ 521, ପ୍ରଦୀପ କୁମାର ନାୟକ505, ଅଂଶୁମାନ ଦେହୁରୀ,503, ଭାସ୍କର ସ୍ବାଇଁ502,ନମ୍ବର୍ ରଖି କଲେଜର ସୁନାମ ଅର୍ଜନ କରିଛନ୍ତି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୭/୨୦୨୨----୯,୨୫ Sakhigopal News,27/7/2022