Breaking News

ନଦୀରେ ଭାସିଗଲେ ୨ ଜଣ , ଜଣକ ମୃତଦେହ ଉଧାର

Two people drowned in the river, one of them rescued
 
ଭଞ୍ଜନଗର - ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗାଁ ନିକଟ ବଡ଼ନଦୀରେ  ଭାସିଯାଇ ଜଣେ ଯୁବକ ନିଖୋଜ । ଗୋବିନ୍ଦ ପାଣ୍ଡବଙ୍କ ସାନ ପୁଅ ଗୋପାଳ ପାଣ୍ଡବ(୩୫) ଭାସି ଯାଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଗୋପାଳ ଶୌଚ ହେବା ପାଇଁ ବଡ଼ନଦୀରେ ଥିବା ଗୌଡ଼ ସାହି ନିକଟ ତୁଠକୁ ଯାଇଥିବା ବେଳେ ଅସାବନତା ଯୋଗୁଁ ଗୋପାଳ ନଦୀର ପ୍ରଖର ସ୍ରୋତକୁ ଖସି ଭାସିଯାଇଥିଲେ । କିଛି ଲୋକ ଗୋପାଳକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।ସଙ୍ଗେ ସଙ୍ଗେ ଭଞ୍ଜନଗର ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  ଖୋଜାଖୋଜି କରିଥିଲେ ମଧ୍ୟ  ଗୋପାଳର କୌଣସି ଖୋଜ ଖବର ସୋମବାର ପର୍ଯ୍ୟନ୍ତ ସନ୍ଧାନ ମିଳିନଥିଲା ।  ସେହିପରି ତାରସିଂ ଥାନା ଅନ୍ତର୍ଗତ ଜାଡଧାର ଗ୍ରାମର ସବିତା ଜେନା (୪୨) ବଡନଦୀକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ପାଣି ରେ ଭାସି ଯାଇଥିଲେ ।  ସୋମବାର ଅପରାହ୍ନରେ  ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁଗା ବଡନଦୀ  ନିକଟରେ  ସବିତା ଙ୍କ ମୃତଦେହ ଲାଗିଥିବାର ଦେଖିବାକୁ ମିଳିଥିଲା ।  ବେଲଗୁଣ୍ଠା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି  ସବିତା ର ମୃତଦେହ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିବା ଥାନା ସୁତ୍ରରୁ ଜଣାପଡିଛି । ଏହାକୁ ନେଇ ବେଲଗୁଣ୍ଠା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୭/୨୦୨୨----୮,୨୦  Sakhigopal News,18/7/2022

Blog Archive

Popular Posts