ଠିକାଦାରଙ୍କୁ ବଞ୍ଚାଇବା ପାଇଁ ବଳଙ୍ଗା ଜଳସେଚନ ବିଭାଗର ଉଦ୍ଦ୍ୟମ ; ଚାଷୀ ଆନ୍ଦୋଳନ ପାଇଁ ସଜବାଜ
Balanga Irrigation Department's initiative to save developers; Decoration for farmers movement
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ନିୟୁଜରେ ଖବର ପ୍ରସାରିତ ହେବା ପରେ ବଳଙ୍ଗା ଜଳସେଚନ ବିଭାଗର ଠିକାଦାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂଚ୍ଛା ଉଦ୍ୟମ ଆରମ୍ଭ ହୋଇଛି । କେନାଲ ସଫେଇ ନ କରି ସେଥିରେ ପାଣି ଛଡା ଯାଉଛି । ଯାହାକି ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସତ୍ୟବାଦୀ ବ୍ଳକର ମହୁରା, ବଳରାମପୁରଗଡ,କେତକିପାଟଣା ସହିତ ରାୟଖଣ୍ଡି ଓ ପରଜାପଡା ଗ୍ରାମ ପଞ୍ଚାୟତର ଚାଷୀ ମାନେ ବଳଙ୍ଗା ଦଣ୍ଡିପୁର ଠାରୁ ବାହାରିଥବା କେନାଲ ଉପରେ ମାନେ ନିର୍ଭର କରିଥାନ୍ତି । ଏହି କେନାଲ ଟି ବଳଙ୍ଗା ଜଳସେଚନ ଅଧୀନରେ ରହିଛି । ବର୍ଷା ଦିନ ଆସିଗଲେ କେନାଲ ସଫେଇ ସହିତ କେନାଲ ମଧ୍ୟରୁ ମାଟି କଡାଯିବା ପତିବର୍ଷ ଲକ୍ଷ ଲକ୍ଷ ଟଙ୍କା କର୍ଚ୍ଚ କରାଯାଇଥାଏ । ଯାହାକି ଜଳସେଚନ ବିଭାଗ ଅଧିକାରୀ ମାନେ କିଛି ରାଜନୈତିକ କୁଜି ନେତା ଓ କିଛି ଠିକାଦାର ମାନଙ୍କୁ ପୋଷିଥାନ୍ତି । ଏହି କେନାଲ ସଫେଇ ଓ ମାଟି କଡାଯାଇଥିଲା । ଗୋଟି ଅସରା ବର୍ଷାରେ କେନାଲ ମଧ୍ୟରୁ କଡା ଯାଇଥିବା ମାଟି ପୁଣି ସେଇ କେନାଲ ମଧ୍ୟକୁ ଧୋଇ ଗଲା । ସେହିପରି କେନାଲ ପରିସର ଜଙ୍ଘଲରେ ପରିପୂର୍ଣ୍ଣ ରହିଛି । ଏ ସମ୍ପର୍କରେ ଚାଷୀ ମାନେ ଅଭିଯୋଗ ଆଣିଥିଲେ । ଜଳସେଚନ ବିଭାଗ ଏସଡିଓଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଜେଇ ତୁରନ୍ତ ସେହି କେନାଲରେ ପାଣି ଛାଡି ଦେଲେ ଯାହାକି କେନାଲରେ ହୋଇଥବା ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ସବୁ ପାଣିରେ ଧୋଇଗଲା । ମାତ୍ର ପକୃତ ପକ୍ଷେ ପୁରୀ ଜିଲ୍ଲାପାଳ ଯଦି ଉକ୍ତ କେନାଲ ତଦନ୍ତ କରିବେ ତାହାଲେ ପକୃତ ପକ୍ଷେ ବଳଙ୍ଗା ଜଳସେଚନ ବିଭାଗରେ ହୋଇଥିବା ଲକ୍ଷାଧିକ ଟଙ୍କାର ତୋଷରପାତ ଧରାପଡି ପାରନ୍ତା ବୋଲି ଚାଷୀ ଲକ୍ଷ୍ମୀଧର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ନବଘନ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି । କେନାଲର ତଳ ମୁଣ୍ଡକୁ ପାଣି ଯିବ ନାହିଁ । ଏଣୁ ବିଭିନ୍ନ ଚାଷୀ ମାନେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ତୁରନ୍ତ ସେମାନଙ୍କୁ ଜଳକର ଛାଡ କରନ୍ତୁ ନଚେତ ସେମାନଙ୍କୁ ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ବିଭିନ୍ନ ଜାଷୀ ସଂଗଠନ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୭/୨୦୨୨---୪,୪୦