ଜନକଲ୍ୟାଣ ସଂଘ ଦ୍ୱାରା ବନ ମହୋତ୍ସବ ଏବଂ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ
Distribution of food to forest festivals and inmates by the Janakalyan Sangh.
ଜଟଣୀ --ଜନକଲ୍ଯାଣ ସଂଘର ସଭାପତି ନବୀନ୍ କୁମାର ମହାପାତ୍ର ଙ୍କ ନେତ୍ରୁତ୍ୱରେ ଜଟଣୀ ର ରାଣୀପୁର (ତିରିମଲ) ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ସଂଘର ଆଇନ୍ ପରାମର୍ଶ ଦାତା ଶିବପ୍ରସାଦ ରଥ କାର୍ଯ୍ଯକ୍ରମର ସୁଭାରମ୍ଭ କରିଥିଲେ । ଉତ୍ସବକୁ ସଂଯୋଜନା କରିଥିଲେ ଅନୁଷ୍ଠାନ ର ସମ୍ପାଦିକା ସନ୍ତୋଷୀ ଜାଲି । ଉପସଭାପତି ନୀଲୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥୀ ସନ୍ତୋଷ ଜେନା,ମୁଖ୍ଯବକ୍ତା ସୁନୀଲ୍ ରାଉତରାୟ ,ସମ୍ମାନୀତ ଅତିଥି ସାମ୍ବାଦିକ ରଙ୍ଗନାଥ ବେହେରା,ଶରତ ପାଲଟାସିଂ,ଟୁଟୁ ବଳିଆରସିଂ ଯୋଗ ଦେଇ ବନମହୋତ୍ସବ ଉପରେ ନିଜସ୍ଵ ମତ ରଖିଥିଲେ । ସେବାଶ୍ରମରେ ଚାରାରୋପଣ ସହ ଅନ୍ତେବାସୀ ଙ୍କୁ ରନ୍ଧା ଖାଦ୍ଯ ମଧ୍ଯ ବଣ୍ଟନ କରାଯାଇଥିଲା । ଆଶ୍ରମର ଅଧ୍ଯକ୍ଷ ଗୌତମ ମହାରଣାଙ୍କ ଧର୍ମପତ୍ନୀ,ସାମ୍ବାଦିକ ଶ୍ରୀକାନ୍ତ ପରିଜା,ବିଶ୍ୱଜିତ୍ ସାମନ୍ତରାୟ,ସଂଘର ବରିଷ୍ଠ ସଦସ୍ଯ ଏମ୍.ଡି କରିମ୍ ଓ ମହେଶ୍ୱର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂଘର କୋଷାଧ୍ଯକ୍ଷା ଭାରତୀ ପରିଡା ଧନ୍ଯବାଦ ଅର୍ପଣ କରିଥିଲେ । ସଂଘର ସଦସ୍ଯ ଭବାନୀଶଙ୍କର ସୁରଜିତ୍, ସୁରେଶ ଜେନା,ଶୁଭେନ୍ଦ୍ର ସତପଥୀ,ଶ୍ରଦ୍ଧା କିନ୍ନର,ମମତା ବେହେରା,ମଧୁସ୍ମିତା ପାଣି,ବାସନ୍ତୀ ଦାସ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହୋଯୋଗ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୨----୮,୪୦ Sakhigopal News,17/7/2022