ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
Celebrating the Chitalagi festival of Sachigopinath Dev and going from house to house in Chitupita Bhasna
ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ପର୍ବ ପାଳନ ପାଇଁ ଭଣ୍ଡାର ମେକାପ ଠାକୁରଙ୍କ ଭଣ୍ଡାର ଘରୁ ସୁନାଚିତା କାଡିବା ପରେ ପୁଜାପଣ୍ଡାଙ୍କୁ ଠାକୁରଙ୍କ ମସ୍ତକରେ ଚିତାଲାଗି କରାଇବା ପାଇଁ ସୁନାଚିତା ପ୍ରଦାନ କରିଥିଲେ । ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କୁ ନୁତନବସ୍ତ୍ର ପରିଧାନ କରାଯିବା ସହ ତୁଳସୀ ଓ ଚନ୍ଦନ ଲାଗି କରାଯାଇଥିଲା । ଛତ୍ରୀ, ତ୍ରାସ, ଘଣ୍ଟ, କାହାଳୀ ବାଦ୍ୟରେ ଜାତଭୋଗ , ଆଳତୀ ଓ ଉପଚାର କରାଯାଇଥିଲା । ପରେ ପୁଜାପଣ୍ଡା ସେବକ ମାନେ ଠାକୁରଙ୍କୁ ସୁନା ଚିତାଲାଗି କରାଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ମାନଙ୍କରେ ଚିତାଲାଗି ପର୍ବ ପାଳିତ ହୋଇଯାଇଛି । ଘରେ ଘରେ ଅପରାହ୍ନରେ ଚିତଉପିଠା ବାସ୍ନା ମହକି ଉଠିଥିଲା । ଓଡିଆ ମତ ଅନୁସାରେ ଶ୍ରାବଣ ମାସ ଅମାବାସ୍ୟାରେ ନଦୀ ନାଳ ମାନଙ୍କରେ ପାଣି ଆସିବା ସହିତ ଧାନ କ୍ଷେତ୍ରରେ ପୋକ ଜୋକ ଓ ଗେଣ୍ଡା ରହିଥାନ୍ତି ସେମାନେ ଫସଲ ନଷ୍ଟ କରିଦେଇଥାନ୍ତି । ସେଥିଯୋଗୁ ଚାଷୀ ପରିବାର ମାନେ ଚିତଉ ପିଠା କରି ବିଲରେ ପୂଜା କରିବା ସହ ନଦୀ ରେ ପକାଇ ଗେଣ୍ଡା ମାନଙ୍କର ଶରଣ ନେଇଥାନ୍ତି । ଯେପରି କି ଚାଷ କାମ ସମୟରେ ଗେଣ୍ଡା ଚାଷୀ ପୁଅର ଗୋଡ କାଟିବ ନାହିଁ ବା ଫସଲ ନଷ୍ଟ କରିବ ନାହିଁ ବୋଲି କହିଥାନ୍ତି । ଏଥିଯୋଗୁ ଗ୍ରାମ ମାନଙ୍କରେ ସମସ୍ତ ପରିବାରରେ ଚିତଉ ପିଠା କରାଯାଇ ପ୍ରଥମେ ଐଶନ୍ୟ ଓ ଘରର କୁଳ ଦେବତାଙ୍କୁ ଭୋଗ ଲାଗିବା ପରେ ପିଠା ଗେଣ୍ଡାକୁ ପ୍ରଦାନ କରାଯାଇଥାଏ । ବିଶେଷ କରି ଚାଷୀ ପରିବାର ଏହି ପର୍ବକୁ ନିୟମ ଅନୁସାରେ ପାଳନ କରିଥାନ୍ତି । କାରଣ ଏହିପର୍ବ ପରଠାରୁ ଚାଷୀ ଗହ୍ମାପୂର୍ଣ୍ଣମୀ ପର୍ଯ୍ୟନ୍ତ ବିଲରେ ଚାଷ କାମରେ ଲାଗିଥାଏ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୭/୨୦୨୨---୪,୨୦
Sakhigopal News, 28/7/2022