କେନାଲ ସଫେଇ ନାମରେ ଲକ୍ଷାଧିକ ଟଙ୍କା ଚଳୁ , କେନାଲ ଶେଷ ମୁଣ୍ଡର ଚାଷୀ ହତାସ
In the name of cleaning the canal, lakhs of rupees are flowing, the farmers at the end of the canal are frustrated.
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ମହୁରା, ମଳରାମପୁରଗଡ, କେତିକିପାଟଣା ପଞ୍ଚାୟତ ଓ ଆଶିଂକ ରାଇଖଣ୍ଡି ଓ ପରଜାପଡା ଗ୍ରାମ ପଞ୍ଚାୟତର ଶହ ଶହ ହେକ୍ଟର ଧାନ ଜମି ଏହି କେନାଲ ଉପରେ ନିର୍ଭର କରିଥାନ୍ତି । ଏହି କେନାଲ ଟି ବଳଙ୍ଗା ଡିଭିଜନ ଅଧୀନରେ ରହିଛି । ଦଣ୍ଡିପୁର ଠାରୁ କେନାଲ ଟି ବାହାରି ଷଣ୍ଡବଜାର ପର୍ଯ୍ୟନ୍ତ ଏହି କେନାଲଟି ଯାଇଛି । ପ୍ରାୟ ୯ କି.ମି । ବର୍ଷା ଦିନ ଆସିଗଲେ ଜଳସେଚନ ବିଭାଗର କୁଜି ଠିକାଦାର, ରାଜନୈତିକ ନେତା ମାନଙ୍କୁ ପୋଷିବା ପାଇଁ ଏକ ବାଟ ଆସିଯାଇଥାଏ । ବିଭିନ୍ନ କେନାଲ ସଫେଇ କରିବା ସହ ମାଟି ଖୋଳା ଯାଇଥାଏ । ଏପରିକି କେତେକ କେନାଲ କାମ କରାଯାଇଛି ତାହା ମେସିନରେ । ମାଟି କେନାଲ ବନ୍ଦର ଭିତର ପଟ ଧାରରେ ଗଦା ଯାଇଛି । ବର୍ଷା ହେଲେ ସେହି ମାଟି ପୁଣି କେନାଲ ମଧ୍ୟକୁ ଧୋଇ ଯାଇଥାଏ । କେନାଲ ଯେଉଁ ପୋତି ହେବା କଥା ସେହି ଅବସ୍ଥାକୁ ଆସିଥାଏ ବୋଲି ଚାଷୀ ମାନେ କହନ୍ତି । ଏପରିକି କେନାଲ ଉପରେ ଭରଷା କରିଥିବା ଚାଷୀ ମାନେ କେବଳ ଜଳକର ଦିଅନ୍ତି କିନ୍ତୁ ପକୁତପକ୍ଷେ ସେମାନଙ୍କ ଧାନ ଜମିରେ ପାଣି ମାଡିନଥାଲ ବୋଲି ଚାଷୀ ରଜତ ପ୍ରଧାନ, ଶଙ୍କର ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରବି ସ୍ୱାଇଁ ପ୍ରମୁଖ ଅଭିଯୋଗ ଆଣିଛନ୍ତି । ପୁରୀ ଜିଲ୍ଲାପାଳ ତୁରନ୍ତ ଏହି କେନାଲ ଉପରେ ନଜର ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୨ --- ୮,୪୦
Sakhigopal News, 23/7/2022