Breaking News

ଆମ୍ବରାପୁର ନଦୀରେ ଭାସିଗଲେ ମହିଳା, ମିଳୁନି ପତ୍ତା




ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଆମ୍ବରାପୁର ଗ୍ରାମର ଜଣେ ମହିଳା ସ୍ଥାନୀୟ କୁସୁମୀ ନଦୀକୁ ଶୌଚ, ସ୍ନାନ ପାଇଁ ଯାଇଥିବା ବେଳେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି।  ନିଖୋଜ ହୋଇଯାଇଥିବା ମହିଳା ଜଣକ ହେଲେ  ଆମ୍ବରାପୁର ଗ୍ରାମର ଧନେଶ୍ଵର ପଲେଇଙ୍କ ମା' ଉତ୍ତମ ପଲେଇ (୭୦) । ଆଜି ସକାଳୁ ଶୌଚ ଏବଂ ସ୍ନାନ ପାଇଁ ନିକଟସ୍ଥ କୁସୁମୀ ନଦୀକୁ ଯାଇଥିବା ବେଳେ ଆଉ ଫେରି ନାହାଁନ୍ତି। ଖବର ପାଇ ଓଡ଼ଗାଁ ଅଗ୍ନିଶମ ସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ପାଣିରେ ଅନେକ ଖୋଜାଖୋଜି କରିବା ପରେ ମଧ୍ଯ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା। ସନ୍ଦେହରେ ପୁଅ ଧନେଶ୍ଵର ପଲେଇ ଏନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
କା:- ୧୮/୭/୨୨----୯,୫୦    Sakhigopal News,18/7/2022

Blog Archive

Popular Posts