Breaking News

ପ୍ରକୃତି ଓ ପରିବେଶ ସୁରକ୍ଷା ସଂକଳ୍ପ ପତ୍ର ଲୋକାର୍ପିତ

The nature and environment protection resolution has been launched.

ଡେଲାଙ୍ଗ : ଜୁଲାଇ 28 ତାରିଖ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ  ଉପ -ନିବନ୍ଧକ କାର୍ଯ୍ୟାଳୟ ମୋହରୀରଖାନା ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଉଦଘାଟକ ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବୋଳକଣାର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି,ମୁଖ୍ୟଅତିଥି ଭାବେ  ବରିଷ୍ଠ ଆଇନଜୀବୀ ଗଙ୍ଗାଧର ପ୍ରଧାନ ଯୋଗଦେଇ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର " ପ୍ରକୃତି ଓ ପରିବେଶ ସୁରକ୍ଷା ସଙ୍କଳ୍ପପତ୍ର କୁ ଲୋକାର୍ପଣ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରାରମ୍ଭିକ ସୂଚନା ରେ କହିଥିଲେ - " ବିଲୁପ୍ତର ଦ୍ୱାରଦେଶରେ ଥିବା ଉଦ୍ଭିଦ ଏବଂ ପ୍ରାଣୀଜଗତକୁ ବଞ୍ଚାଇବା ହେଉଛି ଏହି ଦିବସ ର ମୂଳଲକ୍ଷ । ସଂପ୍ରତି ପ୍ରାକୃତିକ ସଂପଦର ଅତ୍ୟଧିକ ଶୋଷଣ ହେତୁ ବିଶ୍ୱ ତାପୟନ ବୃଦ୍ଧି, ପ୍ରାକୃତିକ ବିପର୍ଯୟ ଘଟି ଚାଲିଛି ‌। ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ବ୍ୟବହାର ସଂପୁର୍ଣ ବନ୍ଦ କରିବା ନିହାତି ଜରୁରୀ । ପ୍ରାକୃତିକ ସଂପଦ ର ସଂରକ୍ଷଣ ଆମପାଇଁ   ଅବଶ୍ୟମ୍ଭାବି ହୋଇପଡିଛି ।ଏହାକୁ ଆମେ ସମସ୍ତେ ମାନି ନେବାର ସମୟ ଆସିଛି । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବାସୁଦେବ ଦଳାଇ, ମୋହରିର ସୁମନ୍ତ ପରିଡା, ଶ୍ରୀନିବାସ ସାହୁ, ବାଉରୀବନ୍ଧୁ ସାହୁ, ପ୍ରକାଶ ରାଉତ, ଷ୍ଟାମ୍ପ ଭେଣ୍ଡର ରଘୁନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୭/୨୦୨୨---୯,୧୦  
Sakhigopal News,28/7/2022

Blog Archive

Popular Posts