Breaking News

ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ

ସାକ୍ଷୀଗୋପାଳ ---ଆଚାର୍ଯ୍ୟ ହରିହର ଶିଶୁଭବନ , ସାକ୍ଷୀଗୋପାଳ ପରିସରରେ ପ୍ରଫେସର ଡ଼ା ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତିଷ୍ଠିତ ଆନ୍ତର୍ଜାତିକ ଆର୍ଟ ଅଫ  ଗିଭିଁ ଦିବସ ପାଳିତ ହୋଇଯାଇଅଛି ।ଏହି ଦିବସର ଅନୁଚିନ୍ତା ଭଲ ପଡୋଶୀ କାର୍ଯ କ୍ରମରେ ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ର ଅତିରିକ୍ତ ତହସିଲଦାର ଶ୍ରୀ ଓମ ପ୍ରକାଶ ପରିଡା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି  ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତୀରେ ମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଵଳନ କରି ଆଲୋଚନା ଚକ୍ରକୁ ଉଦ୍ଘାଟିତ କରିଥିଲେ । ସମ୍ମାନିତ  ଅତିଥି ଭାବରେ ସତ୍ୟବାଦୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଜୟ କେତନ ବେହେରା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀ ଉପେନ୍ଦ୍ର ବିଶ୍ୱାଳ  ଯୋଗଦେଇଥିଲେ ।  ଆମର ପଡୋଶୀ କିପରି ହୋଇବ ତାର ଚୟନ କରିବା ଆମ ପକ୍ଷ ରେ ସମ୍ଭବ ନୁହେଁ ,ମାତ୍ର ପଡୋଶୀ ସହ ଉତ୍ତମ ସମ୍ପର୍କ କିପରି ସ୍ଥାପନ କରାଯାଇପାରିବ ତାହା କିଞ୍ଚିତ ମାତ୍ରା ରେ ଆମ ହାତ ରେ ରହିଅଛି ।   ପଡୋଶୀ ଟିଏ ହେବା ସହ ପଡୋଶୀ ଙ୍କ  ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ପାଇଁ ସମସ୍ତ ଅତିଥି ମାନେ  ସେମାନଙ୍କର  ଆଭିମୂଖ୍ୟ ସ୍ପଷ୍ଟ କରିଥିଲେ ।  ଆଚାର୍ଯ୍ୟ ହରିହର ଶିଶୁଭବନ ର କୁନି କୁନି ପିଲାମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯକ୍ରମ  କରାଯାଇ ପୁରସ୍କୃତ କରାଯାଇଥିଲା । ଏହି  କାର୍ଯ କ୍ରମରେ ଅନୁଷ୍ଠାନର ଅଧକ୍ଷ ସୁବୋଧ  କୁମାର ସ୍ୱାଇଁ , ମିନାକ୍ଷୀ ବାରିକ , ଶୁଭ୍ର ଜିତା ଶୁଭଦର୍ଶିନୀ , ଜ୍ୟୋତିରାଣୀ ମିଶ୍ର ,ଶାନ୍ତନୁ କୁମାର ସାହୁ , ଶାନ୍ତିଲତା ଚୌଧୁରୀ ,କବିତା ପାତ୍ର ,  ଲକ୍ଷ୍ମୀ ଧର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଯୋଗଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୫/୨୦୨୫----୭,୪୫ Sakhigopal News,18/5/2025

Blog Archive

Popular Posts