ରାସ୍ତା ଉପରୁ ଅଟୋ କାଡିବା ପାଇଁ କହିବାରୁ ଗଣ୍ଡଗୋଳ, ଥାନାରେ ଦୁଇ ଅଟକ
ସାକ୍ଷୀଗୋପାଳ, ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନିଉଜଗନ୍ନାଥ ରୋଡର ଶୁକଳ ଛକ ଉପରେ ଏକ ଅଟୋ ରାସ୍ତା ଉପରେ ଥୁଆ ହୋଇଥିଲା । ଏହି ସମୟରେ ଏକ ହାଇୱା ଯିବା ସମୟରେ ଗାଡିର ହେଲପର ଇନ୍ଦିପୁରର ଭଣ୍ଡାରୀଦଣ୍ଡା ଗ୍ରାମର ଅମର ପରିଡା ଗାଡି ହଟାଇବା ପାଇଁ କହିଥିଲେ । ଏହାକୁ ନେଇ ଅଟୋ ଗାଡିର ମାଲିକ ଅନୁପ ( ଅନିଆ) ବିଶ୍ୱାଳ ତାଙ୍କୁ ଏକ ବେଲଟରେ ମାଡି ମାରି ଗୁରୁତର ଭାବେ ଆହତ କରିଥିଲେ । ଏହାକୁ ନେଇ ସତ୍ୟବାଦୀ ଥାନାରେ ଅମର ଲିଖିତ ଅଭିଯୋଗ କରିବା ପରେ ୨୨୦/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରିରହିଥିଲା । ଏପରିକି ଅମରଙ୍କୁ ଅନୁପ ବେଲଟରେ ମାଡ ମାରିବା ଭିଡିଓଟି ଭାଇରାଲ ହୋଇଥିଲା । ଅନ୍ୟ ପକ୍ଷେ ଶୁକଳ ବାହ୍ମଣପଡା ଗ୍ରାମର ଅନୁପ ବିଶ୍ୱାଳଙ୍କ ସ୍ତ୍ରୀ ଝୁନୁ ବିଶ୍ୱାଳ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଅଟୋ ନେଇ ଭୁବନେଶ୍ୱର ଯାଉଥିବା ସମୟରେ ଶୁକଳ ଚାରିଛକ ଠାରେ ହାଇୱା ହେଲପର ମୋ ସ୍ୱାମୀ ଅନୁପଙ୍କୁ ମାର ଧର କରିବା ସହ ହାଇୱା ଗାଡି ମାଲିକ ଜୀବନରେ ମାରି ଦେବାକୁ ଧମକ ଦେଇଥବା ନେଇ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୨୨୧/୨୨ରେ ଏକ ମାମଲା ରୁଜ କରାଯାଇ ଅନୁପ ବିଶ୍ୱାଳ ଓ ଅମର ପରିଡାଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୨----୬,୨୫
Sakhigopal News, 30/7/2022