ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
ଜଟଣୀ :- ଜଟଣୀ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ସହ ଦୁଇ ଅତିରିକ୍ତ ତହସିଲଦାର ଅଶୋକ ସ୍ୱାଇଁ ଏବଂ ମଧୁସ୍ମିତା ନନ୍ଦ କାର୍ଯ୍ୟଭାର ତୁଲାଉଥିବା ସ୍ଥଳେ ଅତିରିକ୍ତ ତହସିଲଦାର ମ୍ୟାଡ଼ାମ ମଧୁସ୍ମିତା ନନ୍ଦ ନାମରେ ଅନେକ ଜମିଜମା କେଳେଙ୍କାରୀ ର ଅଭିଯୋଗ ଆଣିଛନ୍ତି ଜନସାଧାରଣ l ଅଭିଯୋଗ କ୍ରମେ ଜଟଣୀ ତହସିଲ ଅଧୀନରେ ଥିବା ଆରଆଇ କାର୍ଯ୍ୟାଳୟରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନର୍ବାର କାର୍ଯ୍ୟାଳୟରେ ନିଯୁକ୍ତି ଦେଇ ନିଜ ହାତମୁଠାରେ ରଖି ବିଭିନ୍ନ ଜମିଜମା, ଲିଗାଲ ହେୟାର, ଜଙ୍ଗଲ ଜମି, ଚକ ଜମି, ପଟ୍ଟା କରିବା ଏଥି ସଙ୍ଗେ ଦେବୋତ୍ତର ସମ୍ପତ୍ତି, ମଠ ସମ୍ପତ୍ତି ଓ ଜଗନ୍ନାଥ ଜମି ର କୌଣସି ଏଣ୍ଡୋମେଣ୍ଟ ଅନୁମତି ନ ଆଣି ଏବଂ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ଅନୁମତି ନ ଥାଇ ଚଞ୍ଚକତା କରି ଠାକୁରଙ୍କ ନାମକୁ କାଟି ବ୍ୟକ୍ତି ବିଶେଷ ନାମରେ ପଟ୍ଟା କରାଯାଇଛି ବୋଲି ଅଭିଯୋଗ ହୋଉଛି । ସେହିପରି ଚକ ଜମିକୁ ପାର୍ଟ ପ୍ଲଟ କରି ରେକର୍ଡ କରାଇବା ଓ ଅନେକ ଲିଜ ପଟ୍ଟା ଜଙ୍ଗଲ ଜମି କୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଉତ୍କଚ ନେଇ ବିଲଡର, ଜମି ମାଫିଆ ଓ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ନାମରେ ରେକର୍ଡ କରିବାରେ ଅତିରିକ୍ତ ତହସିଲଦାର ମଧୁସ୍ମିତା ନନ୍ଦ ସିଦ୍ଧହସ୍ତ ବୋଲି ଜଣ ସାଧାରଣ ଅଭିଯୋଗ ଆଣିଛନ୍ତି l ଆଜକୁ ଦୀର୍ଘ ୪ ବର୍ଷ ହେବ ତହସିଲରେ କାର୍ଯ୍ୟ କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହେଉଛି l ତହସିଲ କର୍ଯ୍ୟାଳୟର କରିତ କର୍ମା ତଳିଆ କର୍ମଚାରୀ ଓ ଓଡିଶା ସରକାରଙ୍କ ଠିକା ସଂସ୍ଥା "ଓକାକ' କର୍ମଚାରୀ ଜେ କି କମ୍ୟୁଟର ଆସିଷ୍ଟାଣ୍ଟ ରଞ୍ଜନ ମହାପାତ୍ର ଏବଂ ରେକର୍ଡ କିପର ସ୍ୱରାଜ ପଟ୍ଟନାୟକ ଜମିଜମା କାର୍ଯ୍ୟରେ ଅନିୟମିତତା କରି ଅନେକ ଜମି ମାଲିକଙ୍କୁ କୋର୍ଟ କଚେରୀ କି ଦୌଡିବା ପାଇଁ ବାଧ୍ୟ କରୁଛନ୍ତି l ଗ୍ରାମରେ ବସବାସ କରୁଥିବା ଗରିବ ଗୁରୁବାଙ୍କ ଦଲିଲ ଥାଇ ସେଟେଲମେଣ୍ଟ ପଟ୍ଟା ନ ହେବା ଫଳରେ କମିଶନର କୋର୍ଟ ଏବଂ ବୋର୍ଡ ଅଫ ରେଭିନ୍ୟୁ ବିଭାଗକୁ ଯାଇ ରେକର୍ଡ ଭୁକ୍ତ କରିବା ନିୟମ ରହିଛି । କିନ୍ତୁ ଅତିରିକ୍ତ ତହସିଲଦାର ମଧୁସ୍ମିତା ନନ୍ଦ ସ୍ଥାନୀୟ ବିଲଡର, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ସାବକ ଓ ହାଲ ଦଲିଲକୁ ନେଇ ନିଜର କ୍ଷମତାର ଅପବ୍ୟବହାର କରି ଯେଉଁ ଜମିର ପଟ୍ଟାକୁ ରି-ସେଟେଲମେଣ୍ଟ କରିବାପାଇଁ ସରକାରଙ୍କ ବୋର୍ଡ ଅଫ ରେଭେନ୍ୟୁ ଓ ଆସିଷ୍ଟାଣ୍ଟ କମିଶନର ଭୁବନେଶ୍ୱର କରିବା ଯାହା ନିୟମ ଅଛି କିନ୍ତୁ ମ୍ୟାଡ଼ାମ ନିଜେ କ୍ଷମତାର ଅପବ୍ୟବହାର କରି ଉପରୋକ୍ତ କବଲା କୁ ଚଞ୍ଚକତା କରି ପଟ୍ଟା କରିବାର ପ୍ରମାଣ ଆମର ହସ୍ତଗତ ହୋଇଛି l ପ୍ରତ୍ୟକ ଜମିଜମା ବାବଦରେ ଚଞ୍ଚକତା କରିବାରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଏବଂ ରେକର୍ଡ କିପର ସମ୍ପୂର୍ଣ୍ଣ ସହାୟତା କରୁଥିବା ଅଭିଯୋଗ ହେଉଛି l ହାତକୁଡି, ଯାଆଁଳା, ଶତୁଆ କେରା, ଗୋପାଳପୁର, ଓଗାଳ ପଡ଼ା, ହରପୁର, ଅନ୍ଧାରୁଆ, ଗୋଠ ପାଟଣା, କୃଷ୍ଣ ନଗର, ଡ଼ୁମଡ଼ୁମା, ଗାଡ଼ କଣ ମୌଜାର ହଜାର ହଜାର ଏକର ଜମିର ଚଞ୍ଚକତା କରିଥିବାର ପ୍ରମାଣ ହସ୍ତଗତ ହୋଇଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଓଡିଶା ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ମନ୍ତ୍ରୀ ସାଧାରଣ ଜନତାଙ୍କ ହିତ ପାଇଁ ଏହି କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ସଠିକ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି lଏ ସମ୍ପର୍କରେ ଅଧିକାରିଣୀ ଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୫/୨୦୨୫--- ୧୦,୧୦ Sakhigopal News,16/5/2025