ଆମ୍ବ ଦିବସରେ "ପରିବେଶ ପାଇଁ ଗଛ ଟିଏ '
ଡେଲାଙ୍ଗ :ଫଳର ରାଜା ଭାବେ ଆମ୍ବ ବେଶ ପରିଚିତ |ପ୍ରତିବର୍ଷ ଜୁଲାଇ ବାଇଶି ରେ "ଆମ୍ବ ଦିବସ 'ପାଳନ କରାଯାଏ |ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପ୍ରକୃତିମିତ୍ର ଆଇନିଜୀବୀ ହୃଷୀକେଶ ପାଢ଼ୀ ରେଞ୍ଚ ଗ୍ରାମରେ " ପରିବେଶ ପାଇଁ ଗଛଟିଏ 'ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ପ୍ରାୟ ଚାରିହଜାର ବର୍ଷତଳେ ପ୍ରଥମେ ଭାରତରେ ଆମ୍ବ ଚାଷ ହୋଇଥିଲା । ବିଶ୍ୱର ସବୁପ୍ରାନ୍ତରେ ଆମ୍ବ ଚାଷ କରାଯାଉଥିଲେ ହେଁ ଭାରତୀୟ ଜଳବାୟୁରେ ଏହାର ଫଳ ପାଚି ବେଶ ସ୍ୱାଦିଷ୍ଟ ହେଉଥିବାରୁ ବିଶ୍ୱବଜାରରେ ଏହାର ଚାହିଦା ଅଧିକ ।1987ମସିହାରେ ଭାରତରେ ପ୍ରଥମଥର ଆନ୍ତର୍ଜାତୀୟ ଆମ୍ବମେଳା ଆୟୋଜିତ ହୋଇଥିଲା । ଯେଉଁଥିରେ ଦେଶ ବିଦେଶରୁ ପାଞ୍ଚସହ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ପ୍ରକୃତିପ୍ରେମୀ ଶ୍ରୀଯୁକ୍ତ ପାଢ଼ୀ ଆମ୍ବ ଚାରା ରୋପଣ କରି ପରିବେଶ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସର୍ବଶ୍ରୀ ଅଧିକାରୀ ବେହେରା, କେଦାର ନାଥ ମହାନ୍ତି, ଭାସ୍କର ସାହୁ, ଶରତ ମହାରଣା, ଜ୍ୟୋତିର୍ମୟ ଜଗଦେବ, ପର୍ଶୁରାମ ସ୍ୱାଇଁ, ସୁନୀଲ, ନନ୍ଦ, ଧୁଶା ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୭/୨୦୨୨-----୯,୨୫ Sakhigopal News,23/7/2022