ମେସିନ କରୁଛି କାମ ଚାହିଁ ରହିଛନ୍ତି ଜବ କାର୍ଡଧାରୀ
The job holder is looking for a job with a job card holder,
କଟକ----ଜବ କାର୍ଡଧାରୀ ଶ୍ରମିକଙ୍କୁ ଶହେ ଦିନର କାମ ଯୋଗେଇ ଦେବାକୁ କେନ୍ଦ୍ର ସରକାର ମନରେଗା ଯୋଜନା ପ୍ରଣୟନ କରିଛନ୍ତି । ବ୍ଲକ ମଧ୍ୟରେ ପ୍ରତେକ ପଞ୍ଚାୟତ କୁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଥିବା ବେଳେ ଶ୍ରମିକଙ୍କ ବଦଳଳରେ ଏବେ ମେସିନ ଦ୍ୱାରା ଶାସକ ଦଳର କର୍ମୀ କାମ କରି ହେଉଛନ୍ତି ମାଲେ ମାଲ । ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକର ଗୋପାଳ ପୁର ପଞ୍ଚାୟତରେ । ପଞ୍ଚାୟତ ରେ ଦଶ ହଜାର ରୁ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । ଏହି ପଞ୍ଚାୟତ ରେ ତଫସିଲ ଭୁକ୍ତ ଉପ ଜନଜାତିର ଲୋକେ ବସବାସ କରନ୍ତି । ସରକାରଙ୍କ ପକ୍ଷରୁ ଜବ କାର୍ଡଧାରୀ ଶ୍ରମିକ ଭାବେ କାର୍ଡ ପାଇଛନ୍ତି କିନ୍ତୁ କେନ୍ଦ୍ର ସରକାର ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ମନରେଗା ଯୋଜନାରେ ବ୍ୟବସ୍ତା କରିଥିବା ବେଳେ ସେମାନଙ୍କୁ କାମ ନମିଳିବାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଶ୍ରମିକ ଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହିତ ତଦନ୍ତ ପାଇଁ ସରକାରଙ୍କ ପାଖରେ ଦାବି କଲେ ପଞ୍ଚାୟତ ର ଶତାଧିକ ଶ୍ରମିକ । ମନରେଗା କାମରେ ହୋଇଥିବା ବ୍ୟପକ ଅନିୟମିତତା ର କେବେ ହେଉଛି କାର୍ଯ୍ୟାନୁଷ୍ଠାନ ଏଂବ କେବେ ଜବ କାର୍ଡଧାରୀ ଶ୍ରମିକଙ୍କୁ ମିଳୁଛି ଶହେ ଦିନର କାମ ତାହା ଦେଖିବାକୁ ବାକି ରହିଲା ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୯/୭/୨୦୨୨-----୮,୪୦
Sakhigopal News,19/7/2022